ପୋଷଣ ଉଚ୍ଚତା ଓ ଓଜନ ଉପରେ ପ୍ରଶିକ୍ଷଣ ।

0 257

ଉଲୁଣ୍ଡା,୧୨/୧୦(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ତେଲେଣ୍ଡା ଅଙ୍ଗନୱାଡି(୧) କେନ୍ଦ୍ରରେ ପୋଷଣ, ଓଜନ ଓ ଉଚ୍ଚତା ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁର ବୟସ ଅନୁସାରେ ଉଚ୍ଚତା ଏବଂ ଓଜନ ଠିକ ଭାବରେ ବଢୁଛି କି ନାହିଁ ସେ ଉପରେ ମାଁ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଅବସରରେ ଶିଶୁ ମାନଙ୍କ ପୃଷ୍ଠିସାର ପାଇଁ କି କି ପ୍ରକାର ଖାଦ୍ୟର ଆବଶ୍ୟକତା ଅଛି ସେ ଉପରେ ବିଭିନ୍ନ ପ୍ରକାରର ଖାଦ୍ୟର ପ୍ରଦର୍ଶନୀ କରାଯାଇଥିଲା । ଅଙ୍ଗନୱାଡି କର୍ମୀ ଯାଜ୍ଞସେନୀ ନାଏକ ତାଲିମ ପ୍ରଦାନ କରିଥିବା ବେଳେ ସହାୟୀକା କୌଶଲ୍ୟା ମିଶ୍ର ସହଯୋଗ କରିଥିଲେ । ଗ୍ରାମର ସମସ୍ତ ମାଁ ମାନେ ଯୋଗଦେଇଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.