ପୋଲୋସରା ରେ ପ୍ରଥମ ଶ୍ରେଣୀ ବିଚାର ବିଭାଗ କୋର୍ଟ ପ୍ରତିଷ୍ଠା ନେଇ ଜିଲ୍ଲା ଜଜ୍ ଙ୍କ ପରିଦର୍ଶନ ।

0 148

ପୋଲୋସରା, ୨୩/୦୬(ପିପିଟି); ପୋଲୋସରା ରେ ବହୁ ପ୍ରତୀକ୍ଷିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ଦେୱାନୀ ଅଦାଲତ ପ୍ରତିଷ୍ଠା ନିମନ୍ତେ ପଥ ପରିସ୍କାର ହୋଇଯାଇଛି । ଏହାକୁ ନେଇ ଆଜି ଅର୍ଥାତ ତା ୨୩/୬/ ୨୦୨୧ ରିଖ ବୁଧବାର ଦିନ ପରିଦର୍ଶନରେ ଆସିଥିବା ଜିଲ୍ଲା ଜର୍ ଠାରୁ ପ୍ରକାଶ । ପୋଲସରା ରେ ପ୍ରତିଷ୍ଠା ହେବାକୁ ଥିବା ଅଦାଲତ ଗୃହକୁ ପରିଦର୍ଶନରେ ଆସି ଆନୁସଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ ପରେ ଖୁବୁଶୀଘ୍ର ଅଦାଲତ ପ୍ରତିଷ୍ଠା ସହ କାର୍ଯ୍ୟକାରୀ ହେବାପାଇଁ ସୂଚନା ଦେଇଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ସମେତ କୋଦଳା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ , ଜିଲ୍ଲା ଜଜ୍ ଅଦାଲତର ରେଜିଷ୍ଟ୍ରର ଓ ପୋଲୋସରା ଓକିଲ ସଙ୍ଗର ସମସ୍ତ ସଦସ୍ୟ ଉକ୍ତ ପରିଦର୍ଶନ ସଭାରେ ଉପସ୍ଥିତ ଥିଲେ ।( ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା) ।

Leave A Reply

Your email address will not be published.