ପୋଲୋସରାରେ ଜିଲ୍ଲାପାଳଙ୍କ କୋଭିଡ୍ ସ୍ଥିତି ସମୀକ୍ଷା ।

0 436

ପୋଲୋସରା,୨୮/୦୪(ପିପିଟି); ପୋଲସରାରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ଦିନ ପୋଲୋସରାକୁ ଆସି କୋଭିଟି ସ୍ଥିତି ସମୀକ୍ଷା କରିଯାଇଛନ୍ତି । ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ବିଭିନ୍ନ ବିଭାଗର ପଦାଧିକାରୀ ଏବଂ ଜନପ୍ରତିନିଧି ସ୍ୱେଚ୍ଛାସେବୀ ମାନଙ୍କ ସହ ଆଲୋଚନା କରିବା ସହ ଜିଲ୍ଲାରେ ସଂକ୍ରାମିତଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣ ଅଛି ବୋଲି କହିଛନ୍ତି। ତଥାପି ବିଶେଷ ଦୃଷ୍ଟିଦେଇ ଆମକୁ ସଜାଗ ରହିବାକୁ ହେବ ବୋଲି କହିଥିଲେ । କୋଭିଡ୍ ପଞ୍ଚସୃତ୍ରୀ ନିୟମକୁ ପାଳନ କରି ନିଜର ମୂଲ୍ୟବାନ ଜୀବନକୁ ରକ୍ଷାକରିକୁ ଆହ୍ବାନ ଦେଇଥିଲେ । ବୈଠକରେ ବି.ଡି.ଓ ସୁରଞ୍ଜନ ସାହୁ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଏବିଡିଓ ଧର୍ମରାଜ ପରିଡା, ଏନ୍.ଏ.ସି ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ,ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସଧିକାରୀ ଗୋପବନ୍ଧୁ ବେହେରା,ସମନ୍ୱିତ ଶିଶୁ ବିକାଶ ପ୍ରକଲ୍ପ ଅଧିକାରୀ , ୨୯ ଗୋଟି ପଞ୍ଚାୟତର ସରପଞ୍ଚ ,ସମିତିସଭ୍ୟ ମହିଳା ସ୍ୱଚ୍ଛାସେବୀ ଓ ଜି.ପି.ଓ ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା)

Leave A Reply

Your email address will not be published.