ପୋଲିସ ହାବୁଡରେ ଚୋରା ମଦ ବେପାରୀ ।

0 67

ଦିଗପହଣ୍ଡି(ପିପିଟି ନ୍ଯୁଜ୍)୧/୦୪ , ସାରା ବିଶ୍ୱ ଏବେ ଭୟଙ୍କର କରୋନା ଭୁତାଣୁ ପାଇଁ ଚିନ୍ତିତ ଓ ଭୟଭୀତ ଥିବା ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଚୋରା ମଦ ବେପାରୀ ମାନେ ଲକ ଡାଉନ ର ଫାଇଦା ଉଠାଇ ମାଲାମାଲ ହେଉଥିବା ସୂଚନା ମିଳିଛି।ଅସାଧୁ ମଦ ବେପାରୀ ମାନେ ଅପମିଶ୍ରିତ ଦେଶୀ ଓ ବିଦେଶୀ ମଦ ତିଆରି କରି ଗ୍ରାହକଙ୍କୁ ଚଢ଼ା ଦରରେ ବିକ୍ରି କରୁଥିବା ଶୁଣିବାକୁ ମିଳୁଛି।ଆଜି କୌଣସି ବେଶେଷ ସୂତ୍ରରୁ ଦିଗପହଣ୍ଡି ପୋଲିସ ସୂଚନା ପାଇଁ ଗୋକର୍ଣ ପୁର ପଞ୍ଚାୟତ ଦକ୍ଷିଣ ପୁର ରାସ୍ତା କଡ଼ରେ ମଦ ବିକ୍ରି କରୁଥିବା କିଶୋର ରେଡ୍ଡୀ ଙ୍କୁ ଗିରଫ କରିବାରେ ସଫଳ ହୋଇଛି।ତାଙ୍କ ଠାରୁ ୪ଟି ବିୟର ବୋତଲ ଓ ୨୦ ପକେଟ ଦେଶୀ ମଦ ଜବତ କରି କେସ ନଂ ୬୭/୨୦ ରେ ମାମଲା ରୁଜୁ କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ବସନ୍ତ ସେଠୀ।ଏହି ନକଲି ମଦ କେଉଁଠାରୁ ଅଣାଯାଉଛି ତାହା ବର୍ତ୍ତମାନ ପୋଲିସର ମୁଣ୍ଡ ବିନ୍ଧା ର କାରଣ ସାଝିଛି।ଯଦି ଅଧିକ ତଦନ୍ତ କରି ଏହି ଅସାଧୁ ମଦ ବେପାରୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ତେବେ ଏହା କେତେକାଂଶ ରେ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ଅଞ୍ଚଳର ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି।
ରିପୋର୍ଟ :-ରବି କୁମାର ଶର୍ମା

Leave A Reply

Your email address will not be published.