ପୋଲିସ-ମାଓବାଦୀ ଗୁଳିବିନିମୟ,ବିପୁଳ ପରିମାଣର ସାମଗ୍ରୀ ଜବତ: କମ୍ବିଙ୍ଗ ଅପରେସନ ଜୋରଦାର ।

0 170

କନ୍ଧମାଳ,୨୨/୦୬(ପିପିଟି): କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଜଙ୍ଗଲରେ ସୋମବାର ରାତ୍ର କାଳୀନ କମ୍ବିଙ୍ଗ ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାମୁହିଁ ହୋଇଥିଲେ l ଫଳରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳି ବିନିମୟ ହୋଇଥିଲା । ହେଲେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ମାଓବାଦୀ ମାନେ ଖସି ପଳାଇଥିଲେ । ତେବେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀମାନେ ବହୁ ମାଓ ସାମଗ୍ରୀ ଜବତ କରିଥିବା ନେଇ କନ୍ଧମାଳ ଏସପି ବିନିତ ଅଗ୍ରୱାଲ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ଜବତ ମାଓ ସାମଗ୍ରୀ ମଧ୍ୟରେ ବନ୍ଧୁକ, ଗୁଳି ଗୋଳା ସମେତ ମାଓ ପୋଷାକ, ବ୍ୟାଟେରୀ ,ମାଓ ପୁସ୍ତିକା, ମେଡିସିନ, ଡିଟୋନେଟର,ତାର, ଛତା, ଆସବାବ ପତ୍ର ଆଦି ରହିଥିବା ଏସପି ବିନିତ ଅଗ୍ରୱାଲ ପ୍ରକାଶ କରିଛନ୍ତି ।କନ୍ଧମାଳ ଏସପିଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଜିଲ୍ଲାରେ ପ୍ରତ୍ୟହ କିମ୍ବିଙ୍ଗ ଅପରେସନ ଜାରି ରହିବା ଫଳରେ ମାଓ କାର୍ଯ୍ୟକଳାପ ସଂପୂର୍ଣ୍ଣ ହ୍ରାସ ପାଇଥିବା କୁହାଯାଉଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.