ବାଲିଗୁଡା,୧୯/୦୮(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା ଏସବିଆଇ ଏଟିଏମ ଲୁଟ ଉଦ୍ୟମ ବିଫଳ ହୋଇଥିବା ଦେଖିବାକୁ ମିଳିଛି । ଏଟିଏମ ମେସିନ ଭାଙ୍ଗିଥିଲେ ସୁଦ୍ଧା ଟଙ୍କା ଲୁଟ କରିବାରେ ଲୁଟେରା ବିଫଳ ହୋଇଥିବା ଜଣାପଡିଛି। ବିଳମ୍ବିତ ରାତିରେ ଲୁଟେରା ଏଟିଏମ ଭାଙ୍ଗି ଟଙ୍କା ଲୁଟ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସର ରାତ୍ରୀ କାଳୀନ ପାଟ୍ରୋଲିଂ ଦେଖି ଲୁଟେରା ଜଣକ ଲୁଟ ନକରି ଖାଲି ଏଟିଏମ ଭାଙ୍ଗି ଚାଲିଯାଇଥବା ସନ୍ଦେହ କରାଯାଉଛି । ଏହି ଘଟଣାରେ ଦାରିଙ୍ଗବାଡ଼ି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ସିସିଟିଭି ଫୁଟେଜ ଅନୁଯାୟୀ ଜଣେ ବ୍ୟକ୍ତି ଏଭଳି ଲୁଟ ଉଦ୍ୟମ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)
Prev Post
Next Post