ପୋଲସରା ରେ ଇଭି କମ୍ପାନୀର ସୋରୁମ୍ ଉଦଘାଟିତ ।

0 884

ପୋଲସରା,୦୭/୦୪(ପିପିଟି); ପୋଲସରା ଠାରେ ଇ ବାଇକ୍ ସୋରୁମ୍ ଉଦଘାଟିତ ହୋଇଯାଇଛି। କ୍ରୀଷ୍ଣା ଇଭି ସୋରୁମ୍ କୁ ପୋଲସରା ବିଡିଓ ଶମ୍ଭୁନାଥ ନନ୍ଦୀ ଓ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲକ ଅତିଥି ଭାବରେ ଯୋଗଦେଇ ମିଳିତ ଭାବେ ଉଦ୍‌ଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ଇଭି କମ୍ପାନୀ ରାଜ୍ୟ ମୁଖ୍ୟ ସୌଭାଗ୍ୟ ରଞ୍ଜନ ବେହେରା ଓ ବ୍ୟବସାୟ ପରିଚାରଳକ ଜିତେନ୍ଦ୍ର କୁମାର ଜେନା , ବ୍ରହ୍ମପୁର ଶାଖା ଗୈର ଚନ୍ଦ୍ର ମହାପାତ୍ର , ସାମଜସେବୀ ପ୍ରଭାକର ପଣ୍ଡା ପ୍ରମୁଖ୍ୟ ଯୋଗଦେଇ କମ୍ପାନୀର ଏବଂ ସୋରୁମ୍ ର ଉନ୍ନତି ଓ ସଫଳତା ପାଇଁ ଶୁଭକାମନା ଜଣାଇଥିଲେ । ଏହି ଅବସରରେ ସୋରୁମ୍ ମାଲିକ ଗୋପାଳ କୃଷ୍ଣ ନାୟକ ଉପସ୍ଥିତ ସମସ୍ତ ଅତିଥି ଏବଂ ମାନ୍ଯଗଣ୍ୟ ବ୍ୟକ୍ତିମାନଙ୍କୁ ସ୍ବାଗତ ଏବଂ ଆନ୍ତରିକ ଶୁଭେଛା ଜଣାଇବା ସହ ପୋଲସରା ଅଞ୍ଚଳବାସୀଙ୍କ ସ୍ବାର୍ଥ ଏବଂ ହୀତକୁ ଦୃଷ୍ଟି ଆଗରେ ରଖି କମ୍ପାନୀ ଦ୍ବାରା ପ୍ରସ୍ତୁତ ବ୍ୟଟେରୀ ଚାଳିତ ଦୁଇଚକିଆ ବାଇକ୍ ବିକ୍ରୟ କରି ସେବା କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିରେ ସର୍ବସାଧାରଣ ତୈଳଦର ବୃଦ୍ଧିରୁ ମୁକ୍ତି ପାଇବା ଓ ପ୍ରଦୂଷଣରୁ ମୁକ୍ତ ପରିବେଶ ସୃଷ୍ଟିରେ ସହାୟକ ହେବ । କାର୍ଯ୍ୟକ୍ରମରେ ସହପରିଚାଳକ ହରିକୃଷୃ ନାୟକ ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.