ପୋଲସରା,୦୯/୦୩(ପିପିଟି): ପୋଲସରା ବ୍ଳକ୍ କାର୍ଯ୍ୟଳୟ ପରିସର ନିଶାଡିଙ୍କ ଆଶ୍ରୟସ୍ଥଳି ପାଲାଟିଛି । ଏହିଭଳି ବିରଳଦୃଶ୍ୟ ସରକାରୀ ଏବିଡିଓଙ୍କ ସରକାରୀ ବାସଗୃହ ପରିସର ମଧ୍ୟରେ ମଦବୋତଲ ପଡିଥିବା ଦୃଶ୍ୟ ସର୍ବସାଧାରଣ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେଉଁ ବ୍ୟକ୍ତି ବା ସରକାରୀ କର୍ମଚାରୀ ମଦ୍ୟପାନ କରି ଖାଲି ବୋତଲ ପକାଉଛନ୍ତି ? ତାହା ଏଠାରେ ଅନୁସନ୍ଧାନ ସାପେକ୍ଷ ଅଟେ । ସରକାରୀ କାର୍ଯ୍ୟାଳୟ ଏକ ପବିତ୍ର ସାମ୍ବିଧାନିକ କ୍ଷେତ୍ର ଯାହା ଜନସାଧାରଣଙ୍କ ଆସ୍ଥା ଓ ବିଶ୍ବାସ ରହିଥିବା ସହିତ ସର୍ବସାଧାରଣଙ୍କ ପାଈଁ ସେବାର ମନ୍ଦିରସ୍ଥଳ ହୋଈଥିବା ବେଳେ ଏହିଭଳି ପରିସର ମଧ୍ୟରେ ବେଆଇନ୍ ଭାବେ ମଦ୍ୟପାନ କରି ଏଣେତଣେ ଖୋଲାଆକାଶ ତଳେ ଖାଲି ମଦବୋତଲ ପକାଇବା କେତେଦୂର ଗ୍ରହଣୀୟ ଅଟେ ବୋଲି ସଚେତନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ପଞ୍ଚାୟତ କାର୍ଯ୍ଯାଳୟକୁ ଆସୁଥିବା ଆସାମାଜିକ ଲୋକ ସେଠାରେ ମଦ୍ୟପାନ କରୁଛନ୍ତି କି ?ପୋଲସରା ସହରର ବିଭିନ୍ନ ପାନଦୋକାନ,ଚା ଖଟି ମାନଙ୍କରେ ଠାରେ ଆଲୋଚନାର ବିଷୟ ପାଲାଟିଛି । ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ସରକାରୀ କର୍ମଚାରୀ ମଦ୍ୟପାନ କରି ବାସଭବନ ପରିସରରେ ଖାଲି ମଦ ବୋତଲ ପକେଇବା ଘଟଣାକୁ ନେଇ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ ନିମନ୍ତେ ସର୍ବସାଧାରଣ ମୌଖିକଭାବେ ନିଜନିଜର ନାମ ଗୋପନ ରଖିବାସହ ପଦାନପଡି ଦାବି କରିଛନ୍ତି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )