ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ୬୪.୪୩ ଶତାଂଶ ମତଦାନ।

0 344

ପୋଲସରା,୨୪/୦୩(ପିପିଟି): ଆଜି ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ସାଙ୍ଗକୁ ୧୯ ଟି ୱାର୍ଡର କାଉନସିଲର ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଏଥି ସକାଶେ ୨୧ ଟି ବୁଥର ବ୍ୟବସ୍ଥା କରା ଯାଇଥିଲା। ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି। ଅପରାହ୍ନ ୫ ସୁଦ୍ଧା ମତଦାନ ଶେଷ ବେଳକୁ ୧୮୭୮୭ ମତଦାତାଙ୍କ ମଧ୍ୟରୁ ୧୨୧୦୪ ଜଣ ମତଦାତା ନିଜ ନିଜର ମତଦାନ କରିଛନ୍ତି। ମୋଟ ମତଦାତାଙ୍କ ସଂଖ୍ୟାର ଏହା ୬୪.୪୩ ଶତାଂଶ ବୋଲି ଜଣାପଡିଛି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.