ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ପାଳିତ।

0 516

ପୋଲସରା,୩୧/୮:(ପିପିଟି); ଆଜି ସକାଳ ସମୟରେ ରାମଧୁନ ଜରିଆରେ ପୋଲସରା ସମସ୍ତ ସାହି ଗଳିକନ୍ଦି ପରିକ୍ରମା ପରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ଏକ ସଭା ଆୟୋଜିତ ହୋଇଥିଲା ।ଏହି ଆୟୋଜିତ ନିଖିଳ ଭାରତ ସ୍ୱାୟତ ଶାସନ ଅବସରରେ ସ୍ଥାନୀୟ ବିଧାୟକ ତଥା ଜିଲ୍ଳା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ସମ୍ମାନିତ ଅତିଥି ଭାବେ ବିଡ଼ିଓ ସୁରଞ୍ଜନ ସାହୁ ,ତହସିଲଦାର ଦିଲ୍ଲୀପ କୁମାର ନାୟକ ଓ ପୂର୍ବତନ ନଗରପାଳ ପ୍ରଫୁଲ କୁମାର ପ୍ରଧାନ,ଆସ୍କା ସାଂସଦ ପ୍ରତିନିଧି ମୋତିରାମ ସାହୁ ଯୋଗ ଦେଇ ସ୍ୱାୟତ ଶାସନ ଦିବସ ଉପରେ ଅନୁଚିନ୍ତା ଉପରେ ବକ୍ତବ୍ୟ ପ୍ରକାଶ କରିଥିଲେ । ବିଧାୟକ ଅଞ୍ଚଳର ଉନ୍ନତି ଓ ବିକାଶ ପାଇଁ ସରକାର ଯଥାସାଧ୍ୟ ଚେଷ୍ଟା ଓ ସହଯୋଗ କରିବା ସହ ସର୍ବସାଧାରଣଙ୍କ ସୁବିଧା ପାଇଁ ରାଣୀପଡା ଲଂଗଳେଶ୍ୱର କଲ୍ୟାଣି ମଣ୍ଡପ ,ବିଡ଼ିଓ କାର୍ଯ୍ୟାଳୟ ଛକ, ରାଣୀପଡା ଛକ, ତହସିଲ କାର୍ଯ୍ୟାଳୟ ଛକ ଠାରେ ଜନତା ଶୌଚାଳୟ କେଉଟ ସାହି ଠାକୁରାଣୀ ମନ୍ଦିର ନିକଟସ୍ଥ ଲୁଣି ଘାଟି ବସ୍ତି ପରିଚୟ ଗୃହ,୧୯ ନଂ ୱାର୍ଡ କେଉଟ ସାହି ୱାର୍ଡ ନଂ ୫ ସିଦ୍ଧିପୁର ଠାରେ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମଟିକୁ ବିଜ୍ଞାପିତ ପରିଷଦ କନିଷ୍ଠ ଯନ୍ତ୍ରୀ ଏସ ଚିତ୍ରସେନ ରେଡ୍ଡୀଙ୍କ ତତ୍ୱାବଧାନରେ ପରିଚାଳନା କରାଯାଇଥିଲା । ପରିଷଦ ମୁଖ୍ୟ କିରାଣୀ ପ୍ରଦୀପ୍ତ କୁମାର ସାହୁ ,ଭଗବାନ ପ୍ରଧାନ ଓ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।
( ରିପୋର୍ଟ୍ – ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.