ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଠାରେ ଏଡସ ଦିବସ ପାଳିତ।

0 388

ପୋଲସରା,୦୧/୧୨(ପିପିଟି):ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଠାରେ ରେଡକ୍ରଶ ଓ ରେଡ ରିବନ କ୍ଲବ ତରଫରୁ ବିଶ୍ଵ ଏଡସ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଅବସରରେ ଏକ ଶୋାଯାତ୍ରା କଲେଜ ପରିସରରୁ ବାହାରି ବ୍ଲକ ଛକ, ବସ ଷ୍ଟାଣ୍ଡ, ତହସିଲ ଅଫିସ ଦେଇ ସହର ପରିକ୍ରମା କରିଥିଲେ। ସ୍ବେଚ୍ଛାସେବୀ ମାନେ ପ୍ଲାକାର୍ଡ ମାଧ୍ୟମରେ ଏଡସ ଠାରୁ ଦୂରେଇ ରହିବା ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ସହର ବାସିଙ୍କୁ ସଚେତନ କରିଥିଲେ। ୟୁଥ୍ ରେଡ କ୍ରଶ କାଉନସିଲର ସେକ ଫରିଦ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। ଶୋଭାଯାତ୍ରାରେ ନାରାୟଣ ସାହୁ, ରୁଦ୍ରସିସ ସାହୁ, ରାଇଶ୍ୱର୍ ସାହୁ,ନରେନ୍ଦ୍ର ବେହେରା, ଓଁଶୁ ପଲେଇ,ସୁନିଲ ମିଶ୍ର, ଅନୁରୋଧ ପ୍ରଧାନ,ଦେବଦତ୍ତ ବିଷୋୟୀ,ସୁମନ ବରାଡ,ଆକାଶ ସାହୁ,ରାକେଶ ଜେନା,ଶଙ୍କର ପ୍ରଧାନ,ଦୀପକ କୁମାର ସାହୁ ପ୍ରଭୁତି ଯୋଗ ଦେଇଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.