ପୋଲସରା,୦୮/୦୯(ପିପିଟି); ପୋଲସରା ବିଜେପି ପକ୍ଷରୁ ବିଭିନ୍ନ ଦୁର୍ନୀତିର ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି । ବର୍ତ୍ତିନୀ ପଞ୍ଚାୟତରେ ହୋଇଥିବା ମନରେଗା ଦୁର୍ନୀତିର ତଦନ୍ତ,ଆମ ଗାଁ ଆମ ବିକାଶରେ ଦୁର୍ନୀତି,ପିଡିଏସ୍ ସାମଗ୍ରୀ ଅନିୟମିତତା,ସାଂସଦ ଓ ବିଧାୟକ ପାଣ୍ଠି ବିନିଯୋଗର ତଦନ୍ତ,ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ ଦୁର୍ନୀତି,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି,କୋଭିଡ୍ ୧୯ ପରିଚାଳନାରେ ବ୍ଯାପକ ଅନିୟମିତତା,କାମ୍ପା ଓ ଡିଏମଏଫ କେଳେଙ୍କାରୀ ପ୍ରମୁଖ ତଦନ୍ତ ଦାବିରେ ବିଜେପି ପକ୍ଷରୁ ପୋଲସରା ବ୍ଲକ୍ ଘେରାଉ କରାଯାଇ ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ଘୁମୁସର ଜିଲ୍ଲା ସଭାପତି ଗୋକୁଳା ନନ୍ଦ ମଳିକ,ବିଜେପି ନେତା ପ୍ରଭାକର ପଣ୍ଡା,ପ୍ରମୋଦ କୁମାର ପଣ୍ଡା,ପବିତ୍ର କୁମାର ନାୟକ,ଦୀପକ କୁମାର ପ୍ରଧାନ ପ୍ରମୁଖ ନେତୃତ୍ବ ନେଇଥିଲେ । ପୋଲସରା ବିଡିଓ ଶମ୍ଭୁ ନାଥ ନନ୍ଦିଙ୍କୁ ଅଭିଯୋଗ ସଂପର୍କରେ ବୁଝିବାରୁ ସେ କହିଥିଲେ ଅଭିଯୋଗର ଅନୁଧ୍ୟାନ କରାଯାଉଛି । ଦାବି ପତ୍ର ଜିଲ୍ଲାପାଳଙ୍କ ନିକଟକୁ ପଠାଇ ଦିଆଯିବ । ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।