ପୋଲସରା ବିଜେଡି ର ପ୍ରସ୍ତୁତି ବୈଠକ ।

0 277

ପୋଲସରା,୨୪/୦୫(ପିପିଟି):ପୋଲସରା ନିର୍ବାଚନ ମଣ୍ଡଳୀରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କିପରି ତୃଣମୂଳ ସ୍ତରରୁ ସାଙ୍ଗଠନିକ ସଂଗଠନ ମଜଭୁତ କରିହେବ ସେନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ବୁଧବାର ପୋଲସରା ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ଆସନ୍ତା ତା-୨୮.୦୫.୨୦ ରିଖରେ ଗୋଲିଆ ସ୍ଥିତ ବଡ଼ତୋଟା କଣିଆପଲ୍ଲୀ ଛକଠାରେ ହେବାକୁ ଥିବା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ନେଇ ବିଜେଡି ର କର୍ମୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଯାହାକୁ ନେଇ ସ୍ଥାନୀୟ ବିଜେଡି ନେତା ଓ କର୍ମୀ ମାନେ ତୃଣମୂଳ ସ୍ତରରେ ସ୍ଥାନୀୟ ବିଧାୟକ ଶ୍ରୀ ସାହୁଙ୍କ ସପକ୍ଷରେ ରହି ଶକ୍ତି ପ୍ରଦର୍ଶନ କରି ସାଙ୍ଗଠନିକ ସ୍ଥିତିକୁ ମଜଭୁତ କରିବାର ଜୋରଦାର ପ୍ରସ୍ତୁତି ଆରମ୍ଭ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ପ୍ରତାପ ପ୍ରଧାନ,ପୀତବାସ ପ୍ରଧାନ, ବ୍ଲକ ବିଜେଡି ସମ୍ପାଦକ ତଥା ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ,ବିକ୍ରମ କୁମାର ନାୟକ, ଝୁନୁ ଦାସ,ପୂର୍ବତନ ଏନ୍.ଏ.ସି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା,ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ରାଜେନ୍ଦ୍ର ପ୍ରଧାନ,ସାଂସଦ ପ୍ରତିନିଧି ମୋତିରାମ ସାହୁ,ବିଧାୟକ ପ୍ରତିନିଧି ସୁକାନ୍ତ ଭୂୟାଁ ,ବିଜେଡି ଜିଲ୍ଲା ମହିଳା ଉପସଭାପତି କବିତା ସାହୁ,ଆସିକା କୋପରେଟିଭ ଡାଇରେକ୍ଟର ରଞ୍ଜନ କୁମାର ସାହୁ,ଯୁବ ସଙ୍ଗଠକ ନରେନ୍ଦ୍ର ଦେବତା,ପବିତ୍ର ରାଉତ ଓ ସିଲୁ ଦଳେଇ ସମେତ ବହୁ ଆଗ ଧାଡ଼ିର କର୍ମୀ ମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.