ପୋଲସରା ବନବିଭାଗ ଗୋଦାମ ଗୃହ ପାଲଟିଛି ଆସାମାଜିକ ଆଡ୍ଡାସ୍ଥଳୀ ।

0 529

ପୋଲସରା,୨୯/୧୧(ପିପିଟି);ଗଞ୍ଜାମ ଜିଲ୍ଲାର ଘୁମସର ଦକ୍ଷିଣ ବନଖଣ୍ଡ ଭଞ୍ଜନଗର ଅଧିନରେ ପୋଲସରା ବନବିଭାଗ ରହିଛି । ଏହାର ମୁଖ୍ୟ କାର୍ଯ୍ୟଳୟ ପୋଲସରା ରେ ରହିଥିବା ବେଳେ ଏହି ବନାଞ୍ଚଳ ଅଧିନରେ ରାଆଣ୍ଡିଡ୍ୟାମ୍ ନିକଟରେ ଏକ ଗୋଦାମ ଗୃହ ରହିଅଛି । ଉକ୍ତ ଗୋଦାମ ଗୃହ ବନବିଭାଗ ର ଅଟେ । ଆଶ୍ଚର୍ଯ୍ୟ ବିଷୟ ଉକ୍ତ ଗୃହରେ ମୁଖ୍ୟ ଦରଜା ଓ କବାଟ ନାହିଁ । ଯାହାଫଳରେ ଉକ୍ତ ଗୋଦାମ ଗୃହଟି ଆସାମଜିକ ବ୍ୟକ୍ତି ମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏହାର ଜ୍ବଳନ୍ତ ପ୍ରମାଣ ଗୋଦାମଗୃହ ଭିତରେ ବାହାରେ ମଦବୋତଲ ପାଉଛୁ ପାଣି ବୋତଲ ଇତ୍ୟାଦି ପଡିରହିଥିବାର ବିରଳ ଦୃଶ୍ୟ ଦେଖିବାକୁ ମିଳଛି । ଉକ୍ତ ବିଷୟକୁ ନେଇ ଆଖପାଖ ଗ୍ରାମ ଗୁଡକର ବ୍ୟକ୍ତି ମାନକୁ ପଚାରିବାରୁ ସେମାନେ ନିଜ ନିଜର ନାମ ପରିଚୟ ଗୋପନ ରଖିବା ସର୍ତ୍ତରେ କହିଥିଲେ ଯେ ଆଜ୍ଞା ଏହି ଗୃହଟି ବନବିଭାଗର ଅଟେ । କିନ୍ତୁ ବନବିଭାଗର କୈଣସି ବାବୁ , କର୍ମଚାରୀ ମାନଙ୍କୁ ଆମ୍ଭେମାନେ ଏହି ଗୃହକୁ ଯିବାଆସିବା କରୁଥିବାର ଦେଖିବାକୁ ପାଉନାହୁଁ । ଏହି ସୁଯୋଗ ରେ ବହୁସଂଖ୍ୟରେ ପ୍ରତିଦିନି ଆସାମାଜିକ ଶ୍ରେଣୀର ବ୍ୟକ୍ତି ବିଶେଷ ଏମାନଙ୍କ ମଧ୍ୟରେ କିଛି ଯୁବକ ଯୁବତୀ ମାନେ ଭୋଣ ଭୋଜି ଏବଂ ବୁଲାବୁଲି କରିବା ବାହନା ରେ ଆସି ଆଡାଜମାଇ ଥାଆନ୍ତି । ଏପରି କି ମଦମାଂସ ଓ ତାସ୍ ଖେଳର ଆସର ଜମାଇ ଥାଉଛନ୍ତି । ସେମାନଙ୍କର ଠାରୁ ଏହିଭଳି ଊତ୍ତର ଶୁଣିବା ପରେ ଏଠାରେ ପ୍ରଶ୍ନ ସୃଷ୍ଠି କରିଛି ଯେ ଯଦି ଉକ୍ତ ଗୃହଟି ବନବିଭାଗ ଥିବେ ବିଭାଗ ତରଫରୁ କାହିଁକି ଉପଯୋଗ କରାଯାଉ ନାହିଁ । ଏଣୁ କହିବାକୁ ଗଲେ ଗୋଦାମ ଗୃହଟି ଆଜିଦିନରେ ଆସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏହି ଘଟଣା ପ୍ରତି ବନ ବିଭାଗ ଓ ପୁଲିସ୍ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.