ପୋଲସରା ପ୍ରେସ କ୍ଳବ୍ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ।

0 227

ପୋଲସରା,୨୬/୦୧(ପିପିଟି): ସ୍ଥାନୀୟ ପ୍ରେସ କ୍ଳବ୍ ପକ୍ଷରୁ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଅବସରପ୍ରାପ୍ତ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ ପ୍ରେସ କ୍ଳବ୍ ପକ୍ଷରୁ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସ ର ଐତିହ୍ୟ ଓ ଏହାର ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ରାଧାଶ୍ୟାମ ପଣ୍ଡା , ରଘୁନାଥ ସାହୁ , ବରିଷ୍ଠ ସାମ୍ବାଦିକ କେ ସନ୍ତୋଷ କୁମାର ପାତ୍ର, ହରି ହର ପାତ୍ର ,ସନ୍ତୋଷ କୁମାର ପଣ୍ଡା , ସିମାଞ୍ଚଳ ସାହୁ , ସୁଶାନ୍ତ କୁମାର ମହାରଣା , ଅତ୍ରି ପଟ୍ଟନାୟକ , ପ୍ରଗତି ବନ୍ଧୁ ଦାସ,ନାରାୟଣ ସାହୁ , ବିରେନ୍ଦ୍ର କୁମାର ଗୁପ୍ତ,କେ ସୁଶାନ୍ତ କୁମାର ପାତ୍ର,ସୁରେନ୍ଦ୍ର ଡାକୁଆ ଓ ସୁଦାମ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.