ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ।

0 262

ପୋଲସରା ୦୫/୦୮(ପିପିଟି):ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଶିକ୍ଷାକର୍ମୀ ଓ ଶିକ୍ଷାସହାୟକ କାର୍ଯ୍ଯକାଳକୁ ଚାକିରି କାଳରେ ଅନ୍ତର୍ଭୁକ୍ତ କରିବା ସହିତ ଆବଶ୍ୟକ ସଂଖ୍ୟକ ନେସନାଲ୍ ଇନ୍‌କ୍ରିମେଣ୍ଟ୍ ପ୍ରଦାନ, କନିଷ୍ଠ ଶିକ୍ଷକ, ଗଣଶିକ୍ଷକ ଓ ପାର୍ଟ୍ ଟାଇମ୍ ଶିକ୍ଷକମାନଙ୍କୁ ନିୟମିତ କରିବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ତଥା ପୁରୁଣା ପେନ୍‌ସନ୍‌ର ପୁନଃ ପ୍ରଚଳନ ପ୍ରଭୃତି ଦାବି ଜଣାଇ ପୋଲସରା ବ୍ଳକ୍‌ରେ କାର୍ଯ୍ଯରତ ଶତାଧିକ ଶିକ୍ଷକଙ୍କ ଉପସ୍ଥିତିରେ ଏହି ଦାବିପତ୍ର ବିଇଓଙ୍କ ଜରିଆରେ ପ୍ରଦାନ କରାଯାଇଛି। ଏଥିରେ ପୋଲସରା ବ୍ଳକ୍ ଏୟୁପିଟିଏଫ୍ ସଭାପତି ସୂର୍ଯ୍ୟନାରାୟଣ ପୃଷ୍ଟି, ସମ୍ପାଦକ ଅମିତାଭ ମିଶ୍ର, ପିଷ୍ଟା ସଭାପତି ସନ୍ନ୍ୟାସୀ ସାହୁ, ସମ୍ପାଦକ ଦିଲ୍ଲୀପ କୁମାର ସେଠୀ, ଜିଲ୍ଲା ସଂଘ ଉପସଭାପତି କୁଳମଣି ସାହୁ, ଓଜେଟିଏ ସଭାପତି ଦେବାଶିଷ ସାହୁ, ସମ୍ପାଦକ ସୁବୋଧ ସାହୁ, ଗଣଶିକ୍ଷକ ସଂଘ ସଭାପତି କିରଣ କୁମାର ଖଟେଇ, ସମ୍ପାଦକ ନାରାୟଣ ପଣ୍ଡା, ପିଟିଆଇ ସଂଘ ସଭାପତି ସୁକାନ୍ତ ବିଷୋୟୀ, ସମ୍ପାଦକ ପ୍ରତାପ କୁମାର ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ନେତୃତ୍ବ ନେଇଥିଲେ। ସରକାର ଏହି ଦାବିଗୁଡ଼ିକ ତୁରନ୍ତ ପୂରଣ ନ କଲେ ଆସନ୍ତା ୧୬ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ରିପୋର୍ଟ -ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.