ପୋଲସରା,୨୩/୦୩(ପିପିଟି): ଶୁକ୍ରବାର ଦିନ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟ ଗ୍ରହଣ କରାଯିବ। ମତଦାନ କୁ ଶାନ୍ତି ଶୃଙ୍ଖଳା ରେ ସମ୍ପନ୍ନ କରିବା ପାଇଁ ଆଜି ପୋଲସରା ପୋଲିସ ପକ୍ଷରୁ ସହର ରେ ଫ୍ଳାଗ୍ ମାର୍ଚ୍ଚ କରାଯାଇଛି। ଗଞ୍ଜାମ ଜିଲ୍ଲା ଆରକ୍ଷୀ ଉପ ଅଧିକ୍ଷକ ସାମୁଏଲ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଫ୍ଳାଗ୍ ମାର୍ଚ୍ଚ ରେ ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଳିକ , ଏଏସଆଇ ଗୌରହରି ଜେନା , ପୁରୁଷୋତ୍ତମ ମାଝି , ଧନୁର୍ଜୟ ପାତ୍ର ଓ ସହିତ ସସସ୍ତ୍ର ବାହିନୀ ର ଜବାନ ମାନେ ସହର ର ରାଣିପଡା ଠାରୁ ଲୁଣିଘାଟି ପର୍ଯ୍ୟନ୍ତ ପରିକ୍ରମା କରି ସହର ରେ ଶାନ୍ତି ବଜାୟ ରଖିବା ପାଇଁ ଚେତାବନୀ ଦେଇଥିଲେ। ଏହା ବ୍ୟତୀତ ଡାକବାଜି ଯନ୍ତ୍ର ଯୋଗେ ଲୋକ ମାନଙ୍କୁ ସଚେତନ କରିଥିଲେ। ସୂଚନାଯୋଗ୍ୟ ଯେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ୨୧ ମତଦାନ କେନ୍ଦ୍ର ମଧ୍ୟରୁ ୭ ଟି ମତଦାନ କେନ୍ଦ୍ର ଯଥା ୧, ୨ , ୩ , ୧୩ , ୧୪ , ,୧୮ ଓ ୧୯ ନମ୍ବର ମତଦାନ କେନ୍ଦ୍ର ଅତି ଉତେଜନା ପ୍ରବଣ ରହିଛି। ଏଣୁ ଗଣ୍ଡଗୋଳର ଆଶଙ୍କା କରି ପୋଲିସ ପକ୍ଷରୁ ଏହି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣା ପଡିଛି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )