ପୋଲସରା ପୁଲିସ ଦ୍ବାରା ଚୋରା ମଦ ଜବତ ; ୧୨ ଜଣ ଗିରଫ ।

0 2,166

ପୋଲସରା,(ପିପିଟି ନ୍ଯୁଜ୍)୨୫/୦୪-ପୋଲସରା ଅଞ୍ଚଳରେ ଚୋରା ମଦ କାରବାର  ବୃଦ୍ଧି ପାଉଛି । ଚୋରା ମଦ କାରବାରକୁ ବନ୍ଦ କରିବା ପାଇଁ ପୋଲସରା ପୁଲିସ୍  ଶନିବାର ସଂଧ୍ୟାରେ କୌଣସି ସୂତ୍ରରୁ ଖବର ପାଇ ପାଣ୍ଡିରିପଡା ପଞ୍ଚାୟତର ବଡତଇଲା ଚୋରା  ମହୁଲି ମଦ ଭାଟିରେ ଚଢାଉ କରିଥିଲେ । ଚଢାଉ ସମୟରେ ମଦ ପାଇଁ ପ୍ରସ୍ତୁତ ଥିବା ୧୦୦୦ ଲିଟର  ପୋଚକୁ ନଷ୍ଟ କରିବା ସହିତ ୨୦୦୦ ଲିଟର ପରିମାଣର ମଦ ଜବତ କରିବା ସହ ମଦ ପ୍ରସ୍ତୁତ ସରଞ୍ଜାମ ମଧ୍ୟ ଜବତ କରାଯାଇଛି ।  ମାଫିଆଙ୍କ ଗୋଷ୍ଠୀ ତରଫରୁ ପୋଲିସ ଉପରେ ଆକ୍ରମଣ ଓ ଚୋରା ମଦ କାରବାର ରେ ସଂପୃକ୍ତରେ ପୁଲିସ୍  ୧୨ଜଣଙ୍କୁ ଗିରଫ କରିଛି । ଆକ୍ରମଣରେ ପ୍ରାୟ ୬ଜଣ ପୁଲିସ୍  କର୍ମଚାରୀ ଆହତ ହୋଇଥିବା ସୂଚନାରୁ ଜଣାପଡିଛି  ।ଥାନା କେସ୍ ନମ୍ବର ୮୩ ଓ ୮୪ ଅନୁଯାୟୀ ୭ଜଣ ପୁରଷ ଓ ୫ଜଣ ମହିଳାଙ୍କୁ ଗିରଫ କରାଯାଇଛି ।ଥାନା ଅଧିକାରୀ ଜିତେନ୍ଦ୍ର ମଲ୍ଲିକଙ୍କ ନେତୃତ୍ବରେ ଚଢାଉ କରାଯାଇଥିଲା।
ରିପୋର୍ଟ – ନୃସିଂହ ନାଥ ସ୍ବାଇଁ ।

Leave A Reply

Your email address will not be published.