ପୋଲସରା,୧୭/୦୪(ପିପିଟି); ଆଜି ପ୍ରବାଦପୁରୁଷ ବିଜୁବାବୁଙ୍କ ୨୪ ତମ ଶ୍ରାଦ୍ଧ ବାର୍ଷିକ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ପୋଲସରା ଏବଂ ବୁଗୁଡା ଠାରେ ପାଳନ କରାଯାଇଅଛି । ଏହି ଅବସରରେ ପୋଲସରା ବସଷ୍ଟାଣ୍ଡ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଏହିସମୟରେ ଉପସ୍ଥିତ ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନ , ବ୍ଲକ୍ ଅଧ୍ୟକ୍ଷ ବଳରାମ ସେଠି ଓ ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା ସମେତ ଜିଲ୍ଲା ପରିଷଦର ସଭ୍ୟ ଓ ସଭ୍ୟା ବିଜେଡି ଦଳର ବ୍ଲକ୍ ,ଏନ୍ଏସି ଓ ପଞ୍ଚାୟତ ସ୍ତରୀୟ ନେତୃବୃନ୍ଦ ମାନେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ପରେସେଠାରୁ ସ୍ଥାନୀୟ ସରକାରୀ ଗୋଷ୍ଠୀ ସ୍ବାସ୍ତୀୟ କେନ୍ଦ୍ରକୁଯାଇ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ବିଧାୟକ ଶ୍ରୀ ସାହୁ ଫଳ,ପାଉଁରୁଟି, ବିସ୍କୁଟ ଇତ୍ୟାଦି ଖାଦ୍ୟ ଜିନିଷ ବଣ୍ଟନ କରିଥିଲେ ଏବଂ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ । ସମ୍ପ୍ରତି କୋଭିଡ଼୍ କଟକଣାକୁ ଲକ୍ଷକରି ଖୁବ ଅଳ୍ପସଂଖ୍ୟକ ଦଳୀୟ ସମର୍ଥକ ମାନେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ବୁଗୁଡା ଠାରେ ଦଳୀୟ ନେତୃବୃନ୍ଦ ଓ ସମର୍ଥକ ମାନଙ୍କ ଦ୍ୱାରା ବସଷ୍ଟାଣ୍ଡ ଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଛି ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )