ପୋଲସରା,୧୫/୦୯(ପିପିଟି); ଗଞ୍ଜାମ ଜିଲ୍ଲା ପୋଲସରା ଠାରେ କୋର୍ଟ ପ୍ରତିଷ୍ଠା ନେଇ ଜିଲ୍ଲା ଜର୍ଜ ରେଜିଷ୍ଟର ଅମିତ୍ କୁମାର ସେଠ୍ ପୋଲସରା ଆସି ପରିଦର୍ଶନ କରି ଯାଇଛନ୍ତି । ପୋଲସରା ସ୍ଥିତ ବ୍ଲକ୍ ପରିସରରେ ଥିବା ପୂରାତନ କାର୍ଯ୍ୟାଳୟକୁ କୋର୍ଟ ଭାବେ ଚିହ୍ନଟ କରାଯିବା ପରେ ଉକ୍ତ କାର୍ଯ୍ୟାଳୟର ନିର୍ମାଣ ସହ ଆନୁସଙ୍ଗିକ ବ୍ୟବସ୍ଥା ତ୍ବରାନ୍ବିତ କରା ଚାଲିଛି । ଶେଷ ପର୍ଯ୍ୟାୟ କାର୍ଯ୍ୟକୁ ସମ୍ପୁର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲସରା ଅଞ୍ଚଳର ଲୋକେ କୋଦଳା କୋର୍ଟ ଉପରେ ନିର୍ଭର କରି ଆସୁଛନ୍ତି । ପୋଲସରା ଅଞ୍ଚଳରେ କୋର୍ଟ ପ୍ରତିଷ୍ଠା ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା । ପୋଲସରା ଅଞ୍ଚଳର ଓକିଲ ମାନେ କୋର୍ଟ ପ୍ରତିଷ୍ଠା ପାଇଁ ଉଚ୍ଚ ନ୍ୟାୟାଳୟରେ ନିବେଦନ କରିଥିଲେ । ରାଜ୍ୟ ସରକାର କୋର୍ଟ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି । ରେଜିଷ୍ଟରଙ୍କ ପରିଦର୍ଶନ ସମୟରେ ଓକିଲ ସଂଘ ସଭାପତି ଶୁସାନ୍ତ କୁମାର ସାହୁ,ସଂପାଦକ ବ୍ରଜେନ୍ଦ୍ର ସାହୁ,ସହ ସଂପାଦକ ରଜନୀକାନ୍ତ ପ୍ରଧାନ,ଉପଦେଷ୍ଟା ଗୌରହରି ବିଷୋୟୀ,ଅକ୍ଷୟ କୁମାର ଦାସ,ରତ୍ନାକର ମହାନ୍ତି,ପ୍ରହ୍ଲାଦ ବିଷୋୟୀ ସମେତ କନିଷ୍ଠ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।)