ପୋଲସରା ଗୌରୀଆମ୍ମାଙ୍କ ଯାତ୍ରା ସ୍ଥଗିତ , ୨୪ ରେ ବେଢ଼ା ଭ୍ରମଣ ।

0 242

ପୋଲସରା, ତା-୨୨/୧୧(ପିପିଟି); କୋଭିଡ଼-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ପୋଲସରାର ପ୍ରସିଦ୍ଧ ପାରମ୍ପରିକ ଗୌରୀଆମ୍ମାଙ୍କ ଯାତ୍ରାକୁ ଚଳିତ ବର୍ଷ ସ୍ଥଗିତ ରଖାଯାଇଛି। ଏଥି ସହ ପରମ୍ପରାକୁ ବଜାୟ ରଖିବା ପାଇଁ ରତ୍ନୀ ମହାମାୟୀଙ୍କ ବିଜେ ପ୍ରତିମାଙ୍କୁ ବେଢ଼ା ଭ୍ରମଣ କରିବା ସକାଶେ ଯାତ୍ରା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। କମିଟି ସମ୍ପାଦକ ଡ଼ଃ.ଜ୍ୟୋତିର୍ମୟ ପଟ୍ଟନାୟକ ସୂଚନା ପ୍ରକାରେ , ତିନି ବର୍ଷକୁ ଥରେ କାର୍ତିକ ମାସରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଠାକୁରାଣୀ ମା ଗମ୍ଭୀରାରୁ ବାହାରି ବିଜେ ହୋଇଥାଆନ୍ତି। କିନ୍ତୁ ଏ ବର୍ଷ କରୋନା ମହାମାରୀ ଯୋଗୁଁ ଯାତ୍ରାକୁ ସ୍ଥଗିତ ରଖାଯିବା ସହ ସମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ଆସନ୍ତା ୨୪ ତାରିଖ ଅପରାହ୍ନରେ ବେଢ଼ା ଭ୍ରମଣ କରାଇବାକୁ ନିଷ୍ପତ୍ତି ହୋଇଛି। ଜନଗହଳି ଉପରେ ପ୍ରଶାସନିକ କଟକଣା ଥିବା ଯୋଗୁଁ ଭ୍ରମଣ କେବଳ ଅର୍ଚ୍ଚକ ଦେବାଙ୍ଗୁଲୁ ସଙ୍ଘର ହାତଗଣତି ବରିଷ୍ଠ କର୍ମକର୍ତ୍ତାଙ୍କ ଗହଣରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଜଣାଇଛନ୍ତି ।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.