ପୋଲସରା କୋର୍ଟରେ ମଧୁବାବୁ ଜୟନ୍ତୀ ପାଳିତ।

0 343

ପୋଲସରା,୨୮/୦୪(ପିପିଟି): ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ପାଳନ ହୋଇଯାଇଛି। ପୋଲସରା ଓକିଲ ସଂଘର ସଭାପତି ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ କୁମାର ସାହୁ ଯୋଗ ଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଭୂମିକା ଓ ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ,ଗୌରହରି ବିଷୋୟୀ ସିମାଞ୍ଚଳ ବେହେରା, ରମେଶ ଚନ୍ଦ୍ର ପ୍ରଧାନ,ପବିତ୍ର କୁମାର ନାୟକ, ବ୍ରଜେନ୍ଦ୍ର କୁମାର ସାହୁ ଏବଂ କବିରାଜ ଦାସ ପ୍ରମୁଖ ଆଇନଜୀବି ମାନେ ମଧୁବାବୁଙ୍କ କର୍ମମୟ ଜୀବନର ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭ ରେ ମଧୁବାବୁ ଫଟୋ ରେ ଅତିଥିଙ୍କ ସହିତ ଆଇନଜୀବୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ମାନସୀ ରାଣୀ ସାହୁ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.