ପୋଲସରା ଏବିଡିଓଙ୍କ କୋଭିଡ୍ ଆଇନ ଉଲ୍ଲଂଘନ ।

0 2,632

ପୋଲସରା,୨୭/୦୭(ପିପିଟି);ପୋଲସରା ଏବିଡିଓ ଧର୍ମରାଜ ପରିଡା କରୋନା ମହାମାରୀ ସମୟରେ କିଭଳି ଆଇନ ଉଲ୍ଲଂଘନ କରିଛନ୍ତି ତାର ଏକ ଭିଡିଓ ଆମର ହସ୍ତଗତ ହୋଇଛି । ଗୁଟୁଖା ମସଲା ବେଆଇନ୍ ହୋଇଥିବା ବେଳେ ଏବିଡିଓ ଶ୍ରୀ ପରିଡା ଦିନଦ୍ବିପ୍ରହରରେ ପାନ ଦୋକାନରୁ ଗୁଟୁଖା ମସଲା କିଣି ଖାଉଛନ୍ତି । ଶ୍ରୀ ପରିଡା ନିଜ କାର୍ଯ୍ୟରେ ନୟାଗଡ ଯାଉଥିବା ସମୟରେ ଗଞ୍ଜାମ ଓ ନୟାଗଡ ସୀମାନ୍ତ ଅଞ୍ଚଳର ରୋହି ବାଙ୍କ ଛକ ଠାରେ ଏକ ପାନ ଦୋକାନରୁ ଗୁଟୁଖା ମସଲା କିଣି ଖାଉଥିବା ନଜରକୁ ଆସିଛି । ସାମାଜିକ ଦୂରତ୍ବ ପ୍ରତି ଅବମାନନା ଏବଂ ମାସ୍କ ପିନ୍ଧିବା ଶୈଳୀ ଅଲଗା ପୁଣି କରୋନା ମହାମାରୀ ସମୟରେ ଗୁଟୁଖା ଖାଇ ରାସ୍ତାରେ ଛେପ ପକାଇବା ଘଟଣା ବେଆଇନ କାର୍ଯ୍ୟ ହୋଇଥିବାରୁ ତାଙ୍କ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି । ଦେଖା ଯାଉ ମୋ ସରକାର କଣ ପଦକ୍ଷେପ ନେଉଛନ୍ତି ।

Leave A Reply

Your email address will not be published.