ପୋଲସରା ଅଞ୍ଚଳରେ କରୋନା ସ୍ଥିତି ସୁଧାର ପାଇଁ ନାଗରିକ ମଞ୍ଚ ପକ୍ଷରୁ ୮ ଦଫା ଦାବିପତ୍ର ପ୍ରଦାନ ।

0 483

ପୋଲସରା,୦୭/୦୭(ପିପିଟି); ପୋଲସରା ଅଞ୍ଚଳରେ ସ୍ଥିତି ଉଦବେଗଜନକ ରହିଛି । ଏହାର ନିରାକରଣ ପାଇଁ ପୋଲସରା ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ,ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ନିକଟକୁ ସୋମବାର ଦିନ ଆଠ ଦଫା ଦାବି ପଠାଇ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଯେଉଁ ଅଞ୍ଚଳରୁ ପଜିଟିଭ ଚିହ୍ନଟ ହୋଇଛି ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ କରିବା,ଉକ୍ତ ଇଲାକାରେ ଅତ୍ଯାବଶ୍ଯକ ସାମଗ୍ରୀ ଯୋଗାଣର ବ୍ଯବସ୍ଥା କରିବା, ପ୍ରବାସୀ ଓଡିଆ ଓ ସାଧାରଣ ଲୋକଙ୍କ କୋଭିଡ୍ ଟେଷ୍ଟ୍ ବ୍ଯପକ କରିବା,କୋଭିଡ୍ ଯୋଦ୍ଧାଙ୍କୁ ବିଶ୍ରାମ ଦେଇ ଗ୍ରୁପ୍ ଅନୁସାରେ କାମ କରିବାକୁ ସୁଯୋଗ ଦେବା,କଣ୍ଟାକ୍ଟ ଟ୍ରେସିଂ ବ୍ଯାପକ କରିବା,ଟାଟା କୋଭିଡ୍ ହସ୍ପିଟାଲରେ ଉତ୍ତମ ସ୍ବାସ୍ଥ୍ୟ ସେବା ପ୍ରଦାନ,ସିନିୟର ପୁଲିସ୍ ଅଫିସର ଓ ପ୍ରଶାସନିକ ଅଧିକାରୀଙ୍କୁ ପୋଲସରାରେ ଦାୟିତ୍ୱ ଦେଇ କୋଭିଡ୍ ମୁକାବିଲା କରିବା ବିଷୟରେ ଦାବିପତ୍ରରେ ଉଲ୍ଲେଖ ରହିଛି । ମଞ୍ଚ ପକ୍ଷରୁ ସଭାପତି ତଥା ବରିଷ୍ଠ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ସମ୍ପାଦକ ମାନସ ରଞ୍ଜନ ତ୍ରିପାଠୀ ଦାବିପତ୍ରରେ ସ୍ବାକ୍ଷର କରି ପଠାଇଥିବା ଜଣାପଡିଛି ।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Leave A Reply

Your email address will not be published.