ପୋଲସରା ଅଞ୍ଚଳରେ ଅପମାନକୁ ସହୟ କରି ନପାରି ସାଙ୍ଗକୁ ହତ୍ୟା

0 613


ପୋଲସରା,(ପିପିଟି ନ୍ଯୁଜ୍)୨୪/୩ ପୋଲସରା ଥାନା ଅନ୍ତର୍ଗତ ପାତାଳସିଂ ଗ୍ରାମରେ ଅପନ ସହୟ କରି ନପାରି ସାଙ୍ଗୁ ହତ୍ୟା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପୂର୍ବାହ୍ନ ୨.୪୫ ସମୟରେ ପାତାଳସିଂ ଗ୍ରାମରେ ଅଭିମନ୍ୟୁ ବିଷୋୟୀ (୪୫)ଙ୍କୁ ହତ୍ୟା କରାଯାଇଛି । ମୃତ ଅଭିମନ୍ୟୁଙ୍କ ସାଙ୍ଗ ପ୍ରକାଶ ଗୌଡ ହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।ଶୁଣିବାକୁ ମିଳୁଛି ଯେ କୌଣସି କାରଣରୁ ପ୍ରକାଶ ଅପମାନୀତ ହୋଇ ଅଭିମନ୍ୟୁଙ୍କୁ ହତ୍ୟା କରିଛି ।ଘଟଣା ସମ୍ପର୍କରେ ଖବର ପାଇ ପୋଲସରା ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । ଖବର ଲେଖିବା ବେଳକୁ ହତ୍ୟା କାଣ୍ଡକୁ ନେଇ କୌଣସି ଏତଲା ଥାନାରେ ଦିଆଯାଇ ନାହିଁ କିନ୍ତୁ ଥାନା ଅଧିକାରୀ ଘଟଣାକୁ ନଜରରେ ରଖି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.