ପୋଲସରାର ରୁମାଗଡ କଣ୍ଟେନମେଣ୍ଟ ଜୋନ ଘୋଷଣା ।

0 625

ପୋଲସରା,(ପିପିଟି ନ୍ଯୁଜ୍)୦୪/୦୬,ପୋଲସରା ବ୍ଲକରେ ରୁମାଗଡ଼ ପଞ୍ଚାୟତ ଓ ଏହାର ଆଖ ପାଖ ରେ ଥିବା ତିନୋଟି ଗାଁ କୁ ଗଞ୍ଜାମ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ହିସାବରେ ଘୋଷଣା କରିଛନ୍ତି ।ଗତ ୦୭ ତାରିଖରେ ସୁରତରୁ ଫେରି ଜଣେ ଗର୍ଭବତୀ ମହିଳା ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ।୨୩ ତାରିଖରେ ତାଙ୍କୁ ସଙ୍ଗରୋଧ ଛଡ଼ାଯାଇଥିଲା ଘରକୁ ଗଲାପରେ କିଛି ଲକ୍ଷଣ ଦେଖାଯିବାରୁ ତାଙ୍କୁ ତୁରନ୍ତ ଯାଞ୍ଚ କରିବାକୁ ପଠାଯାଇଥିଲା ।ପରେ ମହିଳାଙ୍କ ସ୍ୱାମୀ,ପୁଅ ଓ ଦିଅରଙ୍କ ପାଖରେ ଲକ୍ଷଣ ଦେଖାଯିବାରୁ ସେମାନଙ୍କୁ ମଧ୍ୟ ଚିକିତ୍ସା ଲାଗି ନିଆ ଯାଇଛି ।ଘଟଣାକୁ ଗୁରୁତ୍ୱ ସହ ଗ୍ରହଣ କରି ପଞ୍ଚାୟତକୁ କଣ୍ଟେନମେଣ୍ଟରେ ଘୋଷଣା କରାଯିବା ସହ ଛତ୍ରପୁର ଉପ ଜିଲ୍ଲାପାଳ,ପୋଲସରା ବିଡ଼ିଓ,ତହସିଲଦାର,ଥାନା ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗ ଆସି ଯାଞ୍ଚ କରି ଫେରିଛନ୍ତି ।ଘୋଷଣା ପରେ ଗ୍ରାମରେ ସୁନସାନ ଖେଳି ଯାଇଛି ।
ରିପୋର୍ଟ – ନୃସିଂହ ନାଥ ସ୍ବାଇଁ ।

Leave A Reply

Your email address will not be published.