ପୋଲସରାରେ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି ।

0 484

ପୋଲସରା,୧୧/୦୭(ପିପିଟି): ଆଜି ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ଯୋଗ ଦେଇ ଲୋକ ମାନଙ୍କ ଅଭିଯୋଗ ଶୁଣିବା ସହିତ ସମାଧାନ ବ୍ୟବସ୍ଥା କରିଥିଲେ। ଆଜିର ଜନ ଶୁଣାଣି ରେ ପୋଲସରା ଅଞ୍ଚଳର ୧୯୦ ଜଣ ବିଭିନ୍ନ ପ୍ରକାର ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ପରିଡ଼ା ମାଳ ତେନ୍ତୁଳିଆ ଗ୍ରାମର ବିନୋଦ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦଶ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ସେହିପରି ବାଲିଛାଇର ରେଣୁ ବେହେରାଙ୍କୁ ପନ୍ଦର ହଜାର , ବର୍ତ୍ତିନି ର ରୁନୁ ସାହୁଙ୍କୁ ପାଞ୍ଚ ହଜାର ଓ ମିନତି ରାଉତଙ୍କୁ ଦଶ ହଜାର, ହଂସରାଳି ଗ୍ରାମର ଟୁକୁନା ଗୌଡ଼ଙ୍କୁ ଦଶ ହଜାର ଏବଂ ଜିଲୁଣ୍ଡା ଗ୍ରାମର ସଦାଶିବ ବଡୁଙ୍କୁ ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ବାବଦ ଚେକ୍ ପ୍ରଦାନ କରିଥିଲେ। ଜନ ଶୁଣାଣି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା , ଉପାଧ୍ୟକ୍ଷ , ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର, ଥାନାଧିକାରୀ , ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଭାର ପ୍ରାପ୍ତ ଚିକିତ୍ସା ଅଧିକାରୀ , ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିଦ୍ୟୁତ,ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ,କ୍ଷୁଦ୍ର ଜଳସେଚନ,ଉଠା ଜଳସେଚନ , ଧନେଇ ଓ ବାଘଆ ଜଳ ଭଣ୍ଡାର ର ସହକାରୀ ଯନ୍ତ୍ରୀ,ବନାଞ୍ଚଳ ଅଧିକାରୀ,ଅଗ୍ନିଶମ ଅଧିକାରୀ ଏବଂ ସିଡିପିଓଙ୍କ ସମେତ ସମସ୍ତ ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା।)

Leave A Reply

Your email address will not be published.