ପୋଚିଲିମାଠାରେ ଜିଲ୍ଲାପାଳଙ୍କ ଦ୍ୱାରା ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଉଦଘାଟିତ ।

0 389

ବ୍ରହ୍ମପୁର,୦୨/୦୬(ପିପିଟି): ହିଞ୍ଜିଳି ତହସିଲ ଅନ୍ତର୍ଗତ ପୋଚିଲିମା ରାଜସ୍ୱ ଅଞ୍ଚଳରେ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ନୂତନ ରାଜସ୍ୱ ନିରୀକ୍ଷକ ବିଭାଗୀୟ କୋଠା ନିର୍ମାଣ ସହ ଶୁଭ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଧ୍ୟାହ୍ନରେ ପୋଚିଲିମା ଗ୍ରାମରେ ପହଞ୍ଚି ଉକ୍ତ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିଜ କରକମଳରେ ରିବନ କାଟି ପ୍ରଦୀପ ପ୍ରଜ୍ବଳନ ସହ ଶୁଭ ଉଦଘାଟନ କରିଥିଲେ।ସ୍ତାନୀୟ ଜନସାଧାରଣ ଙ୍କ ସୁବିଧା ନିମନ୍ତେ ୨୨ଲକ୍ଷ ୯୨ହଜାର ୭୭୬ଟଙ୍କା ବିନିମୟରେ ଉକ୍ତ ଗୃହ ନିର୍ମାଣ କରାଯାଇଥିବା ସୂଚନା ମିଳିଛି। ଏଠାରେ ଜନ ସାଧାରଣଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ସହ ଅନ୍ୟାନ୍ୟ ମୌଳିକ ସୁବିଧା ରହିଛି । ଦୂରଦୁରାନ୍ତ ରୁ ଆସୁଥିବା ବ୍ୟକ୍ତିବିଶେଷ ଅସ୍ଥାୟୀ ଗୃହରେ ଚାଲିଥିବା ରାଜସ୍ୱ ନିରୀକ୍ଷକ ଗୃହ ଠାରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ ।ବର୍ତ୍ତମାନ ତାହା ସମାଧାନ ହୋଇପାରିଛି ବୋଲି ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଛନ୍ତି ।ଏହି ଉଦଘାଟନୀ ଉତ୍ସବରେ ହିଞ୍ଜିଳି ତହସିଲଦାର ପ୍ରଭାତ କୁମାର ପରିଡ଼ା,ଗୋଷ୍ଠିଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ,ହିଞ୍ଜିଳିଥାନା ଅଧିକାରୀ ଅଭିମନ୍ୟୁ ଦାସ,ହିଞ୍ଜିଳି ତହସିଲର ସମସ୍ତ ରାଜସ୍ୱ ନିରୀକ୍ଷକ ,କର୍ମଚାରୀ ଓ ପୋଛିଲିମା ପଞ୍ଚାୟତର ସରପଞ୍ଚ ରଞ୍ଜିତା କୁମାରୀ ଦାସ,ସମିତି ସଭ୍ୟା ଆରତୀ ନାୟକ ଉପସ୍ଥିତ ଥିଲେ।

Leave A Reply

Your email address will not be published.