ସାନଖେମୁଣ୍ଡି,୧୪/୧୧(ପିପିଟି):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇପୁର ପଞ୍ଚାୟତ ରେ ଆଜି ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ଅନମିୟତତା ଗ୍ରାମବାସୀଙ୍କ ଅଭିଯୋଗ ହେଉଥିଲେ ମଧ୍ୟ ତାଳି ପକା ନୀତିରେ ଏଠାରେ ଦୁର୍ନୀତିକୁ ନୀତିରେ ପରିଣତ କରି ସାରିଲେଣି ସ୍ଥାନୀୟ ପ୍ରଶାସନ । ଏହାର ସୁଯୋଗ ନେଇ ନିମ୍ନ ସ୍ଥର ସରକାରୀ କର୍ମଚାରୀଙ୍କ ଠାରୁ ଉପରିସ୍ଥ ସରକାରୀ ବାବୁ ମାନେ ଏହି ଦୁର୍ନୀତି ନୀତିକୁ ଶତ ପ୍ରତିଶତ ପ୍ରତିପାଦନ କରିବାରେ ସାନଖେମୁଣ୍ଡି ବ୍ଳକ ରେ ସକ୍ଷମ ହୋଇଛନ୍ତି । ଏଭଳି ଏକ ନିମ୍ନମାନର କାର୍ଯ୍ୟ ପଦାକୁ ଆସିବା ସହ ଯନ୍ତ୍ରୀ, ଜିଆରଏସ,ପିଇଓ ଓ ଉପରିସ୍ଥ କର୍ମକର୍ତ୍ତାଙ୍କ ମଧୁ ଚନ୍ଦ୍ରିକାରେ ବଳି ପଡିଛି ରାଧାଦେଇପୁର ଗ୍ରାମର ନୂଆଁ ବନ୍ଧ ସାହିର ଆଦର୍ଶ ପୋଖରୀ । ଉକ୍ତ ପୋଖରୀ କାର୍ଯ୍ୟ ଗାର୍ଡ ୱାଲ ନିର୍ମାଣ , ସୌନ୍ଦର୍ଯ୍ୟ କରଣ ପାଇଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ୧୦ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ଚାଲିଛି । ରାଧାଦେଇପୁର ନୂଆଁ ବନ୍ଧ କାମ ଅତି ନିମ୍ନ ମାନର ହେବା ଯୋଗୁଁ ଚଳିତ ବର୍ଷ ବର୍ଷା ହେବା ଯୋଗୁଁ ଅଧାରୁ ଅଧିକ ଅଂଶ ଭୁସୁଳିଯାଇଚି । ଯାହାକି ଖୁବ୍ କମ୍ ଦିନ ତଳେ ତିଆରି ଏମ.ଜି.ଏନ୍.ଆର୍.ଜି.ଏସ ମାଧ୍ୟମରେ ତିଆରି ହୋଇଥିବାର ୧୦,୦୦୦୦୦ ଲକ୍ଷ ଟଙ୍କାର ଅନୁଦାନ ବୋଲିକରି ବୋର୍ଡ ମରାଯାଇଛି । ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କଲେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଆଉ କେତେ ଟଙ୍କା ବଳକା ଅଛି ତାହାର ସବିଶେଷ ବିବରଣୀ ପାଇଁ ଯୋଗାଯୋଗ କଲେ ମଧ୍ୟ ବ୍ଲକ ଜେ.ଇ ଫୋନ ଉଠାଉନଥିବା ଘଟଣା ଆହୁରି ସନ୍ଦେହ ଜନକ ସୃଷ୍ଟି ହେଉଚି । ପକୃତରେ ଲୋକଙ୍କ ଆଲୋଚନା କ୍ରମେ ୧୦,୦୦୦୦୦ ଟଙ୍କା ଅନୁଦାନ ରାଶି କାମ ହୋଇଥିବା ଶୁଣିବାକୁ ମିଳୁଥିବା ବେଳେ କେତେ ଟଙ୍କା ପକୃତରେ କାମ ହୋଇଛି ଆଉ କେତେ ଟଙ୍କା ବଳକା ଅଛି ତାହା ବିଭାଗୀୟ ଯନ୍ତ୍ରୀ ଅନ୍ଧାରରେ ରଖୁଛନ୍ତି । ଯାହାକି ଏକ ସାଧାରଣ ଜନତା ଜାଣିବାର ଅଧିକାର ଥିଲେ ମଧ୍ୟ କୌଣସି ସେ ସମ୍ପର୍କରେ ଜଣଉନାହାନ୍ତି । ସରପଞ୍ଚ ନିଜେ ଏହି କାର୍ଯ୍ଯର ତଦାରଖ କରୁଥିବା ଚର୍ଚ୍ଚା ଶୁଣିବାକୁ ମିଳୁଛି। ସାନଖେମୁଣ୍ଡି ଅଞ୍ଚଳରେ ସମସ୍ତ ଉନ୍ନୟନ କାର୍ଯ୍ଯ ବାହାରୁ ଦେଖିବାକୁ ସୁନ୍ଦର ଏବଂ ଭିତରେ ସବୁ ପୋଲା ବୋଲି ଚା ଖଟିରେ ଚର୍ଚ୍ଚା।
(ରିପୋର୍ଟ- ଆରତ କୁମାର ହୋତା। )