ପୋଖରୀରେ ବୁଡ଼ି ବୃଦ୍ଧ ମୃତ ।

0 238

ବେଲଗୁଣ୍ଠା,୨୯/୧୨(ପିପିଟି): ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ସୂଚନା ପ୍ରକାରେ କେନ୍ଦୁପଦର ଗ୍ରାମର ନକୁଳ ପଲେଇ (୮୫) ଗ୍ରାମର ମନ୍ଦିର ନିକଟସ୍ଥ ଏକ ପୋଖରୀକୁ ସକାଳ ୯ ଘଣ୍ଟା ସମୟରେ ଶୌଚ ହୋଇ ଗାଧୋଇବା ହେବା ପାଇଁ ଯାଇଥିବା ବେଳେ ଗୋଡ଼ ଖସି ଯାଇ ପୋଖରୀରେ ବୁଡ଼ି ଯାଇଥିଲେ । ଫଳରେ ସେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.