ପୋଖରୀରେ ବୁଡି ଯୁବକର ମୃତ୍ୟୁ।

0 274

ପୋଲସରା,୦୫/୦୪(ପିପିଟି): ଆଜି ପୋଲସରା ବ୍ଳକ ର ବେଲଗାଁ ପଞ୍ଚାୟତ ଅଧିନସ୍ଥ ବଘାଡି ଗ୍ରାମର ଜଣେ ଯୁବକ ପୋଖରୀରେ ଗାଧୋଇବା ସମୟରେ ବୁଡି ଯାଇ ପ୍ରାଣ ହରାଇଥିବା ଜଣା ପଡିଛି। ମିଳିଥିବା ସୂଚନା ଅନୁଯାୟୀ ବଘାଡି ଗ୍ରାମର ଦାଶରଥି ସାହୁ ବିଦ୍ୟାଳୟ ନିକଟରେ ଥିବା ପୋଖରୀ କୁ ଗାଧୋଇବା ପାଇଁ ଯାଇଥିଲେ। ଗାଧେଇବା ସମୟରେ ଗୋଡ ଖସି ଯିବାରୁ ପୋଖରୀ ବୁଡି ଯାଇ ପ୍ରାଣ ହରାଇଥିବା ଜଣା ପଡିଛି। ଏ ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପୋଲିସ ଶବକୁ ବ୍ୟବଛେଦ ନିମନ୍ତେ ପଠାଇ ଗୋଟିଏ ଅପ ମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.