ବେଲଗୁଣ୍ଠା,୨୩/୦୮(ପିପିଟି ); ଗତକାଲି ଗାଙ୍ଗପୁର ଥାନା ଅନ୍ତର୍ଗତ ବାଙ୍ଗରଡା ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇ ଯାଇଛି । ସୂଚନା ଅନୁସାରେ ଗ୍ରାମର ପର୍ଶୁ ନାଇକଙ୍କ ପୁଅ ବିନାୟକ ନାଇକ ଗତ କାଲି ଗ୍ରାମ ପୋଖରୀକୁ ଗାଧୋଇବା ସମୟ ରେ ଅସାବଧାନତା ବଶତଃ ପୋଖରୀରେ ବୁଡ଼ି ମୃତ୍ୟୁ ବରଣ କରିଥିଲେ । ବିନାୟକଙ୍କ ଶବ ଉଦ୍ଧାର ପରେ ଆସ୍କା ମେଡ଼ିକାଲ୍ ରେ ବ୍ୟବଚ୍ଛେଦ କରାଯାଇଥିଲା । ଏନେଇ ବିନାୟକଙ୍କ ସମ୍ପର୍କୀୟ ପଦ୍ମ ନାଇକ(୪୮)ଙ୍କ ଏତାଲା କ୍ରମେ ଗାଙ୍ଗପୁର ଥାନାରେ ୧୮/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ୍ ସୂତ୍ରରୁ ପ୍ରକାଶ । ସେହିପରି ଅନ୍ୟ ଏକ ଘଟଣାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ନେଟଙ୍ଗା ଗ୍ରାମର ଇନ୍ଦ୍ରମଣି ନାୟକ (୬୧) ଅସୁସ୍ଥତା କାରଣରୁ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ଶବକୁ ଭଞ୍ଜନଗର ମେଡିକାଲ୍ ରେ ବ୍ୟବଚ୍ଛେଦ କରାଯାଇଛି । ଇନ୍ଦ୍ରମଣିଙ୍କ ପୁଅ କୃଷ୍ଣ ଚନ୍ଦ୍ର ନାୟକ(୩୮)ଙ୍କ ଏତାଲା କ୍ରମେ ୧୯/୨୧ ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଧୀରେଶ୍ କୁମାର ଦାଶ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )