ଭଞ୍ଜନଗର, ୧୪/୬. ବୁଗୁଡ଼ା ଥାନା ଅନ୍ତର୍ଗତ ସୋରଡ଼ ଗ୍ରାମରେ ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଯାଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।ଏହି ଗ୍ରାମର ମୁରଲୀ ବେହେରାଙ୍କ ପୁଅ ମଣ୍ଟୁ ବେହେରା(୨୨) ଆଜି ସକାଳେ ପୋଖରୀକୁ ଗାଧେଇବାକୁ ଯାଇଥିଲେ।ହେଲେ ଅସାବଧାନତା କାରଣରୁ ପାଣି ଭିତରେ ବୁଡ଼ି ଯାଇଥିଲେ।ଏହାଦେଖି କିଛି ଲୋକ ମଣ୍ଟୁକୁ ଗୁରୁତର ଅବସ୍ଥାରେ ପାଣିରୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ମେଡ଼ିକାଲକୁ ଆଣିଥିଲେ।ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରାଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।ପିଣ୍ଟୁ ଘରର ୪ଝିଅଙ୍କ ମଧ୍ୟରେ ଜଣେ ପୁଅ ହୋଇଥିବାରୁ ମେଡିକାଲ ପରିସରରେ ଵୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ରିପୋର୍ଟ -ଜୟକୃଷ୍ଣ ପଟ୍ଟନାୟକ