ବେଲଗୁଣ୍ଠା,୧୫/୧୧(ପିପିଟି):ବେଲଗୁଣ୍ଠା ଥାନା ଅନ୍ତର୍ଗତ ନାୟକପଡା ଗାଁ ରେ ଜଣେ ମହିଳାଙ୍କ ମୃତ ଦେହ ପୋଖରୀରୁ ଉଦ୍ଧାର ହୋଇଛି। ସ୍ନାନ ପାଇଁ ପୋଖରୀକୁ ଯାଇଥିବା ବେଳେ ପାଣିରେ ବୁଡିଯାଇଥିବା ଜଣାପଡିଛି । ସକାଳେ ପାଣିରେ ବୁଡିଯିବାରୁ ଗ୍ରାମବାସୀ ଖୋଜିବାକୁ ଚେଷ୍ଟା କରି ବିଫଳ ହେବା ପରେ ବେଲଗୁଣ୍ଠା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପଂହଁଚି ବହୁଖୋଜା ଖୋଜି ପରେ ସେଠାରୁ ମୋଚି ବେହେରାଙ୍କୁ ଉଦ୍ଧାର କରି ବେଲଗୁଣ୍ଠା ମେଡିକାଲକୁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଥାନା ୧୯/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )