ମାଲକାନଗିରି,ତା:୨୩/୦୯(ପିପିଟି): ମାଥିଲି ଥାନା ଅନ୍ତର୍ଗତ ତୁଳସି ପାହାଡ ଉପରେ ଥିବା କିରିମିଟ ଜଙ୍ଗଲରେ ପୋଲିସ ଓ ଯବାନମାନେ ମାଓ ଶିବିର ଠାବ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ମାଲକାନଗିରି ଏସପି ପ୍ରହଲ୍ଲାଦ ମୀନା ଗଣ ମାଧ୍ଯମରେ ପ୍ରକାଶ କରିଛନ୍ତି ।
ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ମାଥିଲି ଥାନା ଅନ୍ତର୍ଗତ ତୁଳସି ପାହାଡ ସ୍ଥିତ କିରିମିଟ ଜଙ୍ଗଲରେ ମାଓବାଦୀମାନେ ଶବିର କରି ରହିଥିବା ଖବର ମିଳିବା ପରେ ଗତ କାଲି ଏସ.ଓ.ଜି/ଡି.ଭି.ଏଫ ଓ ବି.ଏସ.ଏଫ ଯବାନମାନେ ମିଳିତ କୁମ୍ବିଂ ଅପରେସନ ଜାରି କରିଥିଲେ । ଯବାନମାନଙ୍କ କମ୍ବିଂ ଅପରେସନ ଜାଣି ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ମାଓବାଦୀଙ୍କ ଉପରେ ଯବାନ ମାନେ ମଧ୍ୟ କଡା ଯବାବ ଦେବା ପାଇଁ ପାଲଟା ଗୁଳି ବିନିମୟ କରିଥିଲେ । ପରସ୍ପର ମଧ୍ଯରେ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଘଟଣା ସ୍ଥଳରୁ ପଳାୟନ କରିଥିଲେ ।ପରବର୍ତ୍ତି ସମୟରେ ଯବାନଙ୍କ ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ବେଳେ ମାଓ ଶିବିରରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ଅନ୍ଯାନ୍ଯ ଜନିଷ ଜବତ କରାଯାଇଥିଲା । ତନ୍ମଧ୍ଯରେ ଅନେକ ଅଫୁଟା ଗୁଳି, ଲ୍ୟାଣ୍ଡମାଇନ, ଡିଟୋନେଟର,ୱାକି ଟକି, ନକ୍ସଲ କିଟ୍ ବ୍ୟାଗ, ମାଓ ପୋଷାକ , ଔଷଧ ପତ୍ର ସହ ଅନେକ ମାଓ ପୋଷ୍ଟର ମଧ୍ଯ ରହିଛି। ଟପ୍ ମାଓ ନେତା ସୁରେଶ ଓରଫ ସୁରାନା ଏହି ମାଓ ଶିବିରରୁ ଖସି ପଳାଇଥିବା ମାଲକାନଗିରି ଏସ.ପି ପ୍ରହଲ୍ଲାଦ ମୀନା ସାମ୍ବାଦିକ ସମ୍ମିଳନୀ ପ୍ରକାଶ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)