ପେଟ୍ରୋଲ, ଡିଜେଲ ଦରବୃଦ୍ଧି ଓ କଳାକୃଷି ବିଲକୁ ତୁରନ୍ତ ପ୍ରତ୍ୟାହାର ଦାବିରେ କନ୍ଧମାଳ ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ।

0 334

କନ୍ଧମାଳ,୦୪/୦୨(ପିପିଟି): ପେଟ୍ରୋଲ୍‍, ଡ଼ିଜେଲ୍‍ ଦର ବୃଦ୍ଧି ଓ କଳା କୃଷିବିଲ୍‍ ତୁରନ୍ତ ପ୍ରତ୍ୟାହର ଦାବିରେ ଆଜି କନ୍ଧମାଳ ଯୁବ କଂଗ୍ରେସ ପକ୍ଷରୁ ଏକ ବିକ୍ଷୋଭ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କୋର୍ଟ ଛକଠାରୁ କଂଗ୍ରେସର ନେତା ଓ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କନ୍ଧମାଳ ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀଙ୍କ ନେତୃତ୍ୱରେ ଜିଲା ସଭାପତି ଅନାମ ନାୟକ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ଯୁବନେତା ସୂର୍ଯ୍ୟକାନ୍ତ ଦାସ, ଶ୍ରମିକ ନେତା ଘନ କୁମାର ଶବର, ସଂଜୟ ଭଂଜନ, ସଂସାର ଭୋଇ, ହେମନ୍ତ କର, ମହିଳାନେତ୍ରୀ ସାଇବାଣି କହଁର, ଛାତ୍ର ନେତା ଅନୁପମ କହଁର, ଗୌର ଚନ୍ଦ୍ର ବେହେରା, ବଳଦେବ ବେହେରା, ଶିବ ଶଙ୍କର ବେହେରା, ମନିସ୍‍ ବେହେରା, ବସନ୍ତ ଦିଗାଲଙ୍କ ସମେତ କନ୍ଧମାଳ ଜିଲାର ସମସ୍ତ ବ୍ଳକର ଯୁବ କଂଗ୍ରେସର ସଭାପତିଙ୍କ ସମେତ ବହୁ କଂଗ୍ରେସ କର୍ମୀମାନେ ଉକ୍ତ ବିକ୍ଷୋଭରେ ସାମିଲ୍‍ ହୋଇଥିଲେ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ)

Leave A Reply

Your email address will not be published.