ପେଟ୍ରୋଲ,ଡିଜେଲ,ରନ୍ଧନ ଗ୍ୟାସ ଓ ନିତ୍ଯବ୍ଯବହାର୍ଯ୍ଯ ଜିନିଷର ମୂଲ୍ଯ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ।

0 347

ବ୍ରହ୍ମପୁର,୧୭/୦୪(ପିପିଟି): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଅଖିଳ ଭାରତ ଯୁବ ସଂଘ ତରଫରୁ ପେଟ୍ରୋଲ,ଡିଜେଲ, ରନ୍ଧନଗ୍ୟାସ ର ଆହୁତିକ ଦରବୃଦ୍ଧି ଫଳରେ ନିତ୍ୟାବ୍ୟବହାଯ୍ୟ ଜିନିଷର ଦରଦାମ ବୃଦ୍ଧି ବିରୋଧରେ କରଗିଲ ପେଟ୍ରୋଲ ପମ୍ପ ସମ୍ମୁଖରେ ପତିବାଦ ସଭା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାହାଇଛି । ଏହି ପତିବାଦ ସଭାରେ ସିପିଆଇ ଜିଲ୍ଲା ସମ୍ପାଦକ ସାଥି ପ୍ରକାଶ ପାତ୍ର ଯୋଗଦେଇ କେନ୍ଦ୍ର ସରକାରଙ୍କ ଫାସୀବାଦୀ ଶାସନକୁ ଦୁଢ ନିନ୍ଦା କରିବା ସହିତ ସାଧାରଣ ଲୋକ ଦରଦାମ ବୃଦ୍ଧି ଫଳରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ପ୍ରୋଟେଲିୟମଜାତ ଦ୍ରବ୍ୟର ଦରବୃଦ୍ଧି କାମଇବାକୁ ଦାଵୀ କରିଥିଲେ । ଏଆଇୱାଇଏଫ୍ ରାଜ୍ୟ ସଭାପତି ସାଥି ପ୍ରଦୀପ ସେଠି ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଦରବୃଦ୍ଧି ଉପରେ ରୋକ ନ ଲାଗିଲେ ଆସନ୍ତା ଦିନରେ ଯୁବ ସଂଘ ରାଜ ରାସ୍ତାକୁ ଆସିବ ବୋଲି କହିଥିଲେ । ଏହି ପତିବାଦ ସଭାରେ ସାଥି ପ୍ରବୀଣ ଦାଶ, ସୁଦର୍ଶନ ସ୍ୱାଇଁ, କିଶୋର ଶତପଥୀ, ପୂର୍ଣ୍ଣ ରଥ, କୈଳାସ ପାତ୍ର, ଅନନ୍ତ ମହାକୁଡ଼, ଯୁବସଂଘ ତରଫରୁ ଜିଲ୍ଲା ସମ୍ପାଦକ କାମଦେବ ନାହାକ, ଦୈତାରୀ ରେଡ୍ଡୀ, ଦଣ୍ଡପାଣି ପାତ୍ର, କୈଳାସ ଦାସ, ରୋହିତ ବିଷୋୟୀ, ମହେନ୍ଦ୍ର ପାତ୍ର, ଅଜୟ ଗୌଡ଼, ଦେବେନ୍ଦ୍ର ପାତ୍ର ସହିତ ଅଧିକ ଯୁବକ ଓ ସିପିଆଇର ଜିଲ୍ଲା ଓ ରାଜ୍ୟ ନେତୃତ୍ବ ଯୋଗ ଦେଇଥିଲେ ।

Leave A Reply

Your email address will not be published.