ପୃଥକ ପୃଥକ ଘଟଣାରେ ୨ଜଣ ଗିରଫ ।

0 225

ଭଞ୍ଜନଗର,୨୪/୧୧(ପିପିଟି): ମଙ୍ଗଳବାର ସନ୍ଧ୍ୟା ସମୟରେ କେନ୍ଦ୍ରୀୟ ବନାଞ୍ଚଳରେ ପୃଥକ ପୃଥକ ଭାବେ ୨ଟି ଘଟଣାରେ ଦୁଇ ଜଣ ଆସାମୀକୁ ଗିରଫ କରାଯାଇ ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି । ପ୍ରଥମ ଘଟଣାରେ ମରେଇପାଟ ଗ୍ରାମର ସୁଶାନ୍ତ ନାଇକ ତାର ସଂଯୋଗ କରି କାଳିଆମ୍ବା ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଉଦ୍ୟମ କରୁଥିବା ବେଳେ କଣ୍ଟେଇପଲି ବିଦ୍ୟୁତ ବିଭାଗ ଓ ବନ୍ୟ ବିଭାଗର ମିଳିତ ଉଦ୍ୟମରେ ସେଠାରୁ ଜିଆଇ ତାର ୨କେଜି, ଖାଲି କାଚ ବୋତଲ, ବାଉଁଶ ଖୁଣ୍ଟ ଆଦି ଜବତ କରାଯାଇ ତାଙ୍କୁ ଗିରଫ କରିବା ସହିତ ତାଙ୍କ ବିରୁଦ୍ଧରେ ବିଭାଗୀୟ ମୋକଦମା ନମ୍ବର ୨୯୭ ଅଫ ୨୦୨୧- ୨୨ରେ ରୁଜୁ କରାଯାଇଅଛି । ଏଥିରେ ବିଦ୍ୟୁତ ବିଭାଗ ଓ ବନ ବିଭାଗ ଅଧିକାରୀ ମାନେ ସାମିଲ ଥିଲେ । ସେହିପରି ଦ୍ୱିତୀୟ ଘଟଣାରେ ହାସନାପଲ୍ଲୀ ଗ୍ରାମର ଚିତ୍ରସେନ ନାଇକ ତାଙ୍କ ସାଇକେଲ ଯୋଗେ କାଳିଆମ୍ବା ସରଂକ୍ଷିତ ଜଙ୍ଗଲରୁ ଗଛ ହାଣି ଗଣ୍ଡି କରି ଆଣୁଥିବା ସମୟରେ ତାକୁ ଗିରଫ କରିବା ସହିତ ତାଙ୍କ ଠାରୁ ୬ ଗୋଟି ଧଉରା ବାଲହା, ଗୋଟିଏ ପୁରୁଣା ଚଳନ୍ତା ସାଇକେଲ ଜବତ କରାଯାଇଅଛି ଏବଂ ତାଙ୍କ ବିରୁଦ୍ଧରେ ଓଆର କେସ ନଂ.୨୯୮ ଅଫ ୨୦୨୧-୨୨ ରେ କେସ ରୁଜୁ କରାଯାଇଅଛି । ଏସବୁ ଚଢ଼ାଉରେ କଳିଆମ୍ବା ସେକ୍ସନ ର ବନପାଳ, ସମସ୍ତ ବନରକ୍ଷୀ ଓ ପାରା ସ୍କୁୱାର୍ଡ ମାନେ ସାମିଲ ହୋଇଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.