ପୂର୍ବ ଶତ୍ରୁତାରୁ ବାପା ପୁଅକୁ ଆକ୍ରମଣ ।

0 583

ଭଞ୍ଜନଗର,୦୪/୦୯(ପିପିଟି);ଭଞ୍ଜନଗର ଥାନା ଅଧିନ ଲଣ୍ଡେଇ ସାହି ଛକରେ ଶୁକ୍ରବାର ରାତିରେ ଅଜିତ ଦଳେଇ ବାହାରକୁ ପରିସ୍ରା ଉଠିଥିବା ବେଳେ ହାଠାତ୍ କିଛି ଦୁର୍ବୁତ୍ତ ତାକୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ଫଳରେ ସେ ତଳେ ପଡ଼ି ଯାଇ ଚିତ୍କାର କରିଥିଲା। ଏହା ଶୁଣି ତାର ବାପା ଗଣପତି ଦଳେଇ ଆସି ବୁଝାବୁଝି କରୁଥିବା ବେଳେ ତାଙ୍କୁ ମଧ୍ୟ ଦୁର୍ବୁତ୍ତ ମାନେ ଆକ୍ରମଣ କରିଥିଲେ।ଫଳରେ ବାପା ପୁଅ ଗୁରୁତର ଆହତ ହୋଇ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଗତ କିଛି ଦିନ ତଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା।ଏଥିରେ ଆକ୍ରମଣକାରୀ ଗୋଷ୍ଠୀର ୨ଜଣ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.