ପୂର୍ବ ଶତ୍ରୁତାକୁ ନେଇ ଦାଦାକୁ ହତ୍ୟାକଲା ପୁତୁରା ।

0 255

ଭଞ୍ଜନଗର,୨୯/୧୦(ପିପିଟି): ଜଗନ୍ନାଥ ପ୍ରସାଦ ବ୍ଲକ ଗୟାଗଣ୍ଡା ପଞ୍ଚାୟତର ଖଜୁରୀ ପଲ୍ଲି ରାସ୍ତାରେ ପୂର୍ବ ଶତ୍ରୁତାକୁ ନେଇ ଗୁରୁବାର ସନ୍ଧ୍ୟା ସମୟରେ ଏକ ହତ୍ୟାକାଣ୍ଡ ଘଟିଯାଇଛି। ମହୁଲ ପାଟଣା ଗ୍ରାମର ସୁବାଷ ବିଷୋୟୀ ସେହି ଗ୍ରାମର ତାର ସମ୍ପର୍କୀୟ ଦାଦା କୃଷ୍ଣ ଖିଲାର(୬୫)ଙ୍କ ମଧ୍ୟରେ ଜମି ରାସ୍ତା ବନ୍ଦ କରିବାକୁ ନେଇ ଅସ ଅଶାନ୍ତି ସୃଷ୍ଟି ହୋଇଥିଲା। ଫଳରେ ସୁବାଷ ଦାଦା ଉପରେ ପ୍ରତିଶୋଧ ନେବାପାଇଁ ଏକ ନିଛାଟିଆ ସ୍ଥାନରେ ଲୁଚି ରହିଥିଲା।କୃଷ୍ଣ ସନ୍ଧ୍ୟାରେ ଜମିରୁ କାମ ସାରି ଫେରିବା ସମୟରେ ହାଠାତ୍ ଏକ ଠେଙ୍ଗା ସାହାଯ୍ୟରେ କୃଷ୍ଣକୁ ଆକ୍ରମଣ କରିଥିଲା। କୃଷ୍ଣ ଘଟଣାସ୍ଥଳରେ ପଡିଯିବାରୁ ତାର ମୃତ୍ୟୁ ଘଟିଛି ଭାବି ସୁବାଷ ସେଠାରୁ ଫେରାର ହୋଇଯାଇଥିଲା। କୃଷ୍ଣର ପରିବାର ଲୋକେ ବହୁ ଖୋଜାଖୋଜି ପରେ ତାର ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ।ତାରସିଙ୍ଗି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲ ପଠେଇଥିଲା। ଏହି ଘଟଣାରେ ପୋଲିସ କେଶ ନଂ ୨୮୯/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅପରାଧୀକୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.