ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ; ଜଣେ ଗୁରୁତର ।

0 407

ଉଲୁଣ୍ଡା,୨୪/୦୩(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ସୁବଲୟା ଥାନା ଅନ୍ତର୍ଗତ ଆମ୍ବସରଭଟା ଛକ ନିକଟରେ ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ଘଟିଥିବା ଜଣାପଡିଛି । ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତି ଜଣକ କାଶଲପୁର ଗ୍ରାମର ଚକ୍ର ପାତ୍ର ବୋଲି ଜଣାପଡିଛି । ଗୁରୁତର ଆହତ ଜଣକ ଖଣ୍ଡହତା ଗ୍ରାମପଞ୍ଚାୟତ ଅଡ଼ାଳ ଗ୍ରାମର ଜେସିବି ଡ୍ରାଇଭର ପ୍ରଭଞ୍ଜଳ ପ୍ରଧାନ । ସୂଚନାନୁସାରେ କାଶଲପୁର ଗ୍ରାମର ଚକ୍ର ପାତ୍ର ନାମକ ଜଣେ ବ୍ୟକ୍ତି ପ୍ରଭଞ୍ଜନଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଧର ସୂତ୍ରରେ ନେଇଥିଲେ ।ଆଜି ଆମ୍ବସରଭଟା ଗାଁ ଛକରେ ଉଭୟଙ୍କର ଭେଟ ହୋଇଥିଲା । ପ୍ରଭଞ୍ଜନ ଚକ୍ର ଙ୍କୁ ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା ।ଏଥିରେ ଉତ୍ୟକ୍ତ ହୋଇ ଚକ୍ର ଏକ ବନ୍ଧୁକ ବହାର କରି ପ୍ରଭଞ୍ଜନଙ୍କ ମୁଣ୍ଡକୁ ଲକ୍ଷକରି ଗୁଳି କରିଥିଲା । ଗୁରୁତର ଅବସ୍ଥାରେ ପ୍ରଭଞ୍ଜନଙ୍କୁ ସୁବଲୟା ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ ଚକ୍ର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।ଘଟଣା ସ୍ଥଳରେ ସୁବଲୟା ଥାନା ପୋଲିସ ପହଂଚି ଘଟଣାର ଛାନଭିନ କରୁଛି ।

(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.