ମାଲକାନଗିରି,ତା:୩୧/୦୭(ପିପିଟି); ଆଜିକାଲି ମଣିଷ ଧୀରେ ଧୀରେ ମାନବିକତାର ଗୁଣ ଧର୍ମକୁ ଭୁଲି ଯାଇ ଅତି ନିମ୍ନ ସ୍ତରକୁ ଚାଲିଯାଇଥାଏ,ଯାହାକି କଳ୍ପନା କରିବା ଅସମ୍ଭବ ମନେ ହୁଏ ।ମଣିଷ ବେଳେ ବେଳେ ପଶୁ ପ୍ରବୃତ୍ତି ଧରି ଜଘଣ୍ଯ କାର୍ଯ୍ଯ କରି ବସିଥାଏ, ଯାହାକି ସମସ୍ତଙ୍କୁ ସ୍ତବ୍ଧ କରିଥାଏ । ଏମିତି ଏକ ଚାଞ୍ଚଲ୍ଯକର ଘଟଣା ଘଟିଛି ମାଲକାନଗିରି ଥାନା ନିକଟସ୍ଥ ଶିଖପାଲ୍ଲୀ ପଞ୍ଚାୟତର ଏମଭି-୧୯ ଗ୍ରାମରେ । ଜଣେ ବ୍ଯକ୍ତି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ୫ ବର୍ଷର ଶିଶୁକୁ ହତ୍ଯା କରି ବର୍ତ୍ତମାନ ଜେଲରେ । ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୧୯ ଗ୍ରାମରେ ଗତ କାଲି ଠାରୁ ୫ ବର୍ଷର ନାବାଳକ ଅଙ୍କିତ ମଣ୍ଡଳ ନିଖୋଜ ରହିଥିବା ବେଳେ ତାଙ୍କ ଘର ଲୋକ ପିଲାଟିକୁ ଦିନ ସାରା ଖୋଜି ଖୋଜି ପାଇନଥିଲେ । ହତାସ ହୋଇ ବାପା ମାଆ କାନ୍ଦୁଥିଲେ । ଆଜି ତାଙ୍କ ଘର ଲୋକେ ମାଲକାନଗିରି ଥାନାରେ ଏତଲା ଦେଇଥିଲା ପରେ ପୋଲିସ ଏମଭି-୧୯ ଗ୍ରାମକୁ ଆସି ତଦନ୍ତ କରିଥିଲା । ଅନ୍ଯ ପକ୍ଷରେ ବିକାଶ ରାୟ ନାମକ ଜଣେ ବ୍ଯକ୍ତି ସେହି ଶିଶୁକୁ ହତ୍ଯା କରି ନଜ ଘରେ କମ୍ବଳ ଘୋଡାଇ ଲୁଚାଇ ରଖିଥିଲେ ବେଳେ ସେ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିଲା ।ମାଲକାନଗିରି ପୋଲିସ ବିକାଶ ଘରୁ ସେହି ମତୃ ଶିଶୁର ଶବକୁ ଉଦ୍ଧାର କରି ଶବ ବ୍ଯବେଛେଦ ଲାଗି ହସ୍ପିଟାଲକୁ ପଠାଇଥିବା ବେଳେ ବିକାଶ ରାୟ ନିଜେ ଆତ୍ମସମର୍ପଣ କରି ଉକ୍ତ ଶିଶକୁ ହତ୍ଯା କରିଥିବା ସ୍ବୀକାର କରିଥିଲା ।ମାଲକାନଗିରି ପୋଲିସ ବିକାଶ ରାୟ ବିରୁଧରେ କେଶ ନଂ:୨୯୩/୨୧ ଧାରା ୩୬୩,୩୦୨,୨୦୧,୩୪ ଅନୁସାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ବେଳେ ଏମଭି-୧୯ ଗ୍ରାମରେ ଉତ୍ତେଜନା ଦେଖା ଦେଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post