ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ସ୍ୱାଭିମାନ ଅଞ୍ଚଳ ଗସ୍ତ ।

0 281

ମାଲକାନଗିରି,୦୫/୦୮(ପିପିଟି): ପୂର୍ବତନ ସାଂସଦ ତଥା ରାଜ୍ୟ ବିଜୁ ଜନତା ଦଳର ବାରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝି ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ଗସ୍ତ କରି ଜନସାଧାରଣଙ୍କ ବିଭିନ୍ନ ସମସ୍ଯା ସଂପର୍କରେ ପଚାରି ବୁଝିଥିଲେ । ସେ ପ୍ରଥମେ ଜାନବାଇରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହିତ ରୋଗୀମାନଙ୍କ ସହ ସ୍ବାସ୍ଥ୍ୟସେବା ସମ୍ବନ୍ଧରେ ଆଲୋଚନା କରିଥିଲେ । ବର୍ଷା ଋତୁରେ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ଏବଂ ମାଗଣା ଔଷଧ ଯୋଗାଇଦେବା ପାଇଁ ସେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ପରାମର୍ଶ ଦେଇଥିଲେ । ସେଠାରୁ ବାହାରି ସେ ସ୍ବାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ଗସ୍ତ କରିଥିଲେ ।ସ୍ବାଭିମାନ ଅଞ୍ଚଳର ରାସ୍ତାଘାଟ , ବିଜୁଳି ସମସ୍ୟା,ଶିକ୍ଷା,ପାନୀୟ ଜଳ ସମସ୍ଯା ସମ୍ବନ୍ଧରେ ଲୋକମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରି ଯେଉଁଠି ସମସ୍ୟା ଅଛି ତାହାର ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପୂର୍ବତନ ସାଂସଦଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ , ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ,ମାଥିଲି ଜିଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ,ପଡିଆ ଜିଲା ପରିଷଦ ସଭ୍ୟା ସୁରଭି ଭୌମିକ ସହ ଅନ୍ୟ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.