ବ୍ରହ୍ମପୁର, ୧୭/୧୦(ପିପିଟି): ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ପ୍ରଦୀପଙ୍କ ସହ ତାଙ୍କର ମୁଖ୍ଯ ସହଯୋଗୀ ସର୍ବେଶ୍ୱର ରାଓ,କମ୍ବୁ ସାହୁ ଓ ପ୍ରଦୀପଙ୍କ ଡ୍ରାଇଭର ଘରେ ଭିଜିଲାନ୍ସ ଚଢାଉ ଜାରି ରଖିଛି। ୧୫ ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଛି। ଏବେ ଏସପିଙ୍କ ନେତୃତ୍ବରେ ୨ଜଣ ଅତିରିକ୍ତ ଏସପି ଓ ୧୭ ଜଣ ଡିଏସପିଙ୍କୁ ନେଇ ରେଡ୍ ଚାଲିଛି। କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଥିବା ନେଇ ସୂଚନା ମିଳିଛି। ଭିଜିଲାନ୍ସ ରେଡ୍ ଶେଷ ହେବା ପରେ ବିସ୍ତୃତ ସୂଚନା ମିଳିବ।