ତିର୍ତ୍ତୋଲ,୦୯/୧୧(ପିପିଟି); ତିର୍ତ୍ତୋଲର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କାନୁନଗୋଙ୍କ ଗତକାଲି ୭୪ ବର୍ଷ ବୟସରେ ତିର୍ତ୍ତୋଲ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଡାଇବେଟିସ ଓ କିଡନୀ ଜନିତ ରୋଗରେ ଚିକିତ୍ସିତ ହେଉଥିଲେ । ତାଙ୍କ ମରଶରୀରକୁ ଜନ୍ମ ସ୍ଥାନ ଵନ୍ଦାଳ ଗ୍ରାମକୁ ଅନ୍ତିମ ଦର୍ଶନ ନିମନ୍ତେ ଅଣାଯାଇଥିଲା ଓ ପରେ ପୁରୀ ସ୍ଵର୍ଗଦ୍ଵାରକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି)