ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ଦ୍ୱାଦଶ ଦିବସ ଅବସରରେ ଶ୍ରୁତି ଶ୍ରଦ୍ଧାଞ୍ଜଳି ସଭା ପାଳନ ।

0 331

ଶେରଗଡ,୨୩/୦୫(ପିପିଟି); ଆଜି ପୁର୍ବତନ ବ୍ଳକ ଅଧକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସ୍ବର୍ଗତ ବାବୁଲା ଚୌଧୁରିଙ୍କ ଦ୍ଵାଦଶ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଶେରଗଡ଼ ବିଜୁ ଜନତା ଦଳ ତରଫରୁ ସରକାରଙ୍କ କରୋନା ନିୟମକୁ ପାଳନ କରି ଶେରଗଡ଼ ରମୁଣି ସାହି ଆଖଡା ଘର ସମୁଖରେ ଏକ ସ୍ମୃତିସଭାରେ ଭକ୍ତିପୁର୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଗଲା। ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆସିଥିବା ଶୋକବାର୍ତ୍ତା ସ୍ବର୍ଗତ ବାବୁଲା ଚୌଧୁରୀଙ୍କ ଧର୍ମପତ୍ନୀଙ୍କୁ ଦିଆଗଲା। ଏଥିରେ ଶେରଗଡ ବ୍ଲକ ଅଧ୍ୟକ୍ଷା ଶାରସ ସ୍ୱାଇଁ , ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ,ବରିଷ୍ଠ ବିଜେଡି ନେତା ହୃଶିକେଶ ପାଢ଼ୀ,ହୀନ ବେହେରା, ଗୋପାଳ ଚରଣ ପଟ୍ଟନାୟକ, ପୂର୍ବତନ ବ୍ଲକ ବିଜେଡି ସଭାପତି ଦିଗାମ୍ବର ନାହାକ, ଦୂର୍ଗା ବିଶୋୟୀ,୫୮ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରମୋଦ ପାତ୍ର ,ଦିବାକର ପଟ୍ଟନାୟକ, ବହୁ ବିଜୁ ପ୍ରେମୀ ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରିଥିଲେ।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.