ଛତ୍ରପୁର,୨୫/୦୧(ପିପିଟି); ବେଗୁନିଆପଡା ଅଞ୍ଚଳରେ ଗତ ଜାନୁଆରୀ ୨୦ ତାରିଖରେ ପୂର୍ବତନ ବ୍ଲକ୍ ଅଧ୍ଯକ୍ଷ ଦେବରାଜ ସାହୁଙ୍କୁ ସୁମଣ୍ଡଳ ଛକରେ ସକାଳ ପ୍ରାୟ ୮ଘଣ୍ଟ ୩୦ ମିନଟ୍ ସମୟରେ ଚା ଦୋକାନ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ହତ୍ୟା ଘଟଣାରେ ସଂପୃକ୍ତ ୫ଜଣଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଆଜି ଛତ୍ରପୁର ଠାରେ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ସତ୍ୟବ୍ରତ ଭୋଇ,ଗଞ୍ଜାମ ଏସପି ବ୍ରିଜେଶ ରାୟ, ହତ୍ୟା ଘଟଣାର ଖୁଲାସା କରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିଲା ହତ୍ୟା କାଣ୍ଡ । ଅଭିଯୁକ୍ତଙ୍କ ଠାରୁ ୩ ପିସ୍ତଲ,୩ ମେଗାଜିନ୍,୬୨ ଜୀବନ୍ତ ଗୁଳି ଜବତ କରିବା ସହ ବ୍ଯବହୃତ ଟାଟା ଇଣ୍ଡିଗୋ କାର ଓଡି୦୭ କେ ୩୪୮୪ ,ତିନୋଟି ମୋବାଇଲ୍ ଫୋନ୍ ଏବଂ ନଗଦ ୩୫୦୦ଟଙ୍କା ମଧ୍ୟ ଜବତ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଅଜୟ ବାରିକ ସମେତ ବଳରାମ ପରିଡା,ପବନା ପାହାନ,ପ୍ରଶାନ୍ତ ସ୍ବାଇଁ ଓ ଗଗନ ବିଶ୍ବାଳଙ୍କୁ ଗରିଫ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଏଏସପି ଓ ପୁରୁଷୋତ୍ତମପୁର ଏସଡିପିଓ ପ୍ରମୁଖ ଉପସ୍ଥିତ ଥିଲେ ।