ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓଙ୍କ ୮୪ତମ ଜନ୍ମ ଦିବସ ପାଳିତ।

0 475

କୋଦଳା,୦୫/୦୮(ପିପିଟି);ଖଲ୍ଲିକୋଟ ରାଣୀ ତଥା କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ବର୍ଷିୟାନ ନାରୀ ନେତ୍ରୀ ଭି ସୁଜ୍ଞାନୀ କୁମାରୀ ଦେଓଙ୍କ ୮୪ ତମ ଜନ୍ମ ଦିବସ ଉପଲକ୍ଷେ ଆଜି ୫ମ ପର୍ଯ୍ୟାୟ ତଥା ଜନ୍ମ ଦିନରେ ବେଗୁନିଆପଡା ବ୍ଲକ ସ୍ଥିତ ଶ୍ରୀ ମା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଓଡିଶା ସରକାରଙ୍କ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗଦେଇ ଉଦଘାଟନ କରିଛନ୍ତି । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ତତ୍ୱବଧାନ ରେ ଆୟୋଜିତ ରକ୍ତଦାନ ଶିବିରରେ ୨୨୨ ୟୁନିଟ ରକ୍ତ ସଂଗୃହିତ ହୋଇଛି । ସୌରା ଛଚିନା,କେ ବରିଡା,ଚିଙ୍ଗୁଡ଼ିଖୋଲ,ଚନ୍ଦନପୁର,ମର୍ଦ୍ଧକୋଟ, ଖଣ୍ଡିଆନଈ ଓ ବେଗୁନିଆପଡା ପଞ୍ଚାୟତ ଆନୁକୂଲ୍ୟରେ ଆୟୋଜିତ ହୋଇଛି ଏହି ରକ୍ତ ଦାନ ଶିବିର । ପୂର୍ବତନ ବିଧାୟିକା ସୁଜ୍ଞାନୀ ଦେଓଙ୍କ ଜନ୍ମ ଦିନ ଅବସରରେ ୨୦୦୮ ମସିହା ଠାରୁ ଏହି ଶିବିର ଆୟୋଜିତ ହୋଇ ଆସୁଛି । ସୁଜ୍ଞାନୀ ଦେଓଙ୍କୁ ଭଲପାଉଥିବା ଲୋକେ ସ୍ୱତପୂର୍ତ୍ତ ଭାବେ ଆସି ରକ୍ତଦାନ କରୁଥିବା ଦେଖିବାକୁ ମିଳିଛି । ଏଥିସହ ଆୟୋଜିତ ସଭାରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ରାଣୀ ମା ଆମ ସମସ୍ତଙ୍କ ପାଇଁ ଆଦର୍ଶ ତାଙ୍କ ବଳିଷ୍ଠ ନେତୃତ୍ବ ରାଜ୍ୟ ରାଜନୀତିରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏଥିସହ ବିଧାୟିକା ଲତିକା ପ୍ରଧାନ ନିଜ ଅଭିଭାଷଣ ରେ କହିଛନ୍ତି ରାଣୀ ମା ଏ ଅଞ୍ଚଳ ପାଇଁ ଆଶ୍ରିବାଦ ତାଙ୍କ କାର୍ଯ୍ୟ ଆମକୁ ଅନୁପ୍ରାଣିତ କରିଆସୁଛନ୍ତି । ଆୟୋଜିତ ସଭାରେ ସମସ୍ତ ଅତିଥି ରାଣୀ ମା ଙ୍କ ଦୀର୍ଘାୟୁ ଓ ନିରାମୟ ସ୍ୱାସ୍ଥ୍ୟ ପାଇଁ ପ୍ରାଥନା କରିଛନ୍ତି । ଆଜିର ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡ଼ଃ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ସୁବାସ ମହାରଣା, ଜିଲ୍ଲା ମହିଳା ସଭାପତି ଏମ.ସୁଜାତା ପାତ୍ର, ବେଗୁନିଆପଡା ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା,ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ, ସମାଜସେବୀ ଗୋପବନ୍ଧୁ ସାହୁଙ୍କ ସମେତ ସମସ୍ତ ସରପଞ୍ଚ,ସମିତି ସଭ୍ୟ ଓ ବିଜୁ ଜନତା ଦଳ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.