ପୂର୍ବତନ ବିଜେଡି ସଭାପତିଙ୍କୁ ଭେଟିଲେ ପ୍ରଦୀପ ମାଝି ।

0 297

ମାଲକାନଗିରି।ତା:୧୧/୦୮ (ପିପିଟି):ଓଡ଼ିଶା ସ୍ବତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝି ତିନି ଦିନ ପାଇଁ ମାଲକାନଗିରି ଗସ୍ତରେ ଆସିଥିବା ବେଳେ ପୂର୍ବତନ ବିଜେଡି ସଭାପତି ମେହେଙ୍ଗା ସିଂଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ଦୁର୍ଗାଗୁଡି ସାହିସ୍ଥିତ ତାଙ୍କ ବାସଭବନକୁ ଯାଇ ଦର୍ଶନ କରିଥିଲେ। ବର୍ତ୍ତମାନ ମେହେଙ୍ଗା ସିଂଙ୍କ ବୟସ ୭୬ ବର୍ଷାରେ ପଦାର୍ପଣ କରିବା ହେତୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ରହିଥିବା ଜଣାପଡିଛି।
ଶ୍ରୀ ମେହେଙ୍ଗା ସିଂଙ୍କ ଜନ୍ମ ୩ ମାର୍ଚ୍ଚ ୧୯୪୭ ମସିହାରେ । ୧୯୬୫ ମସିହାରେ ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଆସି ଗୋଟିଯୋଡି ଗ୍ରାମରେ ବସତି ସ୍ଥାପନ କରିଥିଲେ। ବ୍ୟବସାୟ ଏବଂ କୃଷି ଥିଲା ତାଙ୍କର ମୁଖ୍ୟ ଜୀବିକା ।୧୯୭୭ ମସିହାରେ ସର୍ବ ପ୍ରଥମେ ଜନତା ଦଳରେ ଯୋଗଦାନ କରି ମାଲକାନଗିରି ନିର୍ବାଚନ ମଣ୍ଡଳୀର ସଭାପତି ମଣ୍ଡନ କଲା ପରେ କଠିନ ପରିଶ୍ରମ କରି ଜନତା ଦଳର ସଙ୍ଗଠନକୁ ସୁଦୃଢ କଲେ। ଫଳରେ ୧୯୭୭ ମସିହାରେ ହୋଇଥିବା ନିର୍ବାଚନ ରେ ଜନତା ଦଳରୁ ବିଧାୟକ ଭାବେ ନାକା କାହ୍ନାୟା ବିଜୟ ଲାଭ କରିଥିଲେ। ମେହେଙ୍ଗା ସିଂଙ୍କ ବରିଷ୍ଠ ନେତୃତ୍ବ ଓ ଦକ୍ଷ ରାଜନୈତିକ ସଂଗଠକ ହେତୁ ଜନତା ଦଳ ବାରମ୍ବାର ବିଜୟ ଲାଭ କରି ଆସିଥିଲେ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ। ଶ୍ରୀ ସିଂ ଥିଲେ ପ୍ରବାଦ ପୁରୁଷ ବିଜୁବାବୁଙ୍କର ଅତି ଆପଣାର ମଣିଷ ।ସେ ତାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ। ମାଲକାନଗିରି ଅଞ୍ଚଳର ଯାହା ବିକାଶର କଥା ବିଜୁବାବୁଙ୍କ ନିକଟରେ ଉପସ୍ଥାପନ କରୁଥିଲେ, ସିଧାସଳଖ ତାଙ୍କ କଥାକୁ ଗୁରୁତ୍ବ ଦେଉଥିଲେ। ୧୯୯୦ ମସିହାରୁ ୧୯୯୭ ଜନତା ଦଳ ଏବଂ ୧୯୯୭ ମସିହାରୁ ୨୦୦୭ ମସିହା ପର୍ଯ୍ୟନ୍ତ ବିଜୁ ଜନତା ଦଳର ସଭାପତି ଥିଲେ।ସେ ଯୁବ ଅବସ୍ଥାରୁ ବାର୍ଦ୍ଧକ୍ୟ ଅବସ୍ଥା ପର୍ଯ୍ୟନ୍ତ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ। ସ୍ବାର୍ଥ ପାଇଁ ନେତା ଆଉ କର୍ମୀ ଦଳ ବଦଳ କରାଯାଉଥିବା ଦେଖା ଦେଇଥିଲା ବେଳେ ମେହେଙ୍ଗା ସିଂ ଦଳ ବଦଳ କରିନଥିଲେ।ସେ ଜଣେ ବିଜୁବାବୁଙ୍କ ସଚ୍ଚା କର୍ମୀ ଥିଲେ। ବିଜୁବାବୁଙ୍କ ଦେହାନ୍ତ ପରେ ମଧ୍ୟ ବିଜେଡି ରେ ସଭାପତି ରହି ଦାୟିତ୍ଵ ନିର୍ବାହ କରିଥିଲେ। ମାଲକାନଗିରିରେ ଜନତା ଦଳ ହେଉ କି ବିଜୁ ଜନତା ଦଳ ହେଉ ମେହେଙ୍ଗା ସିଂଙ୍କୁ ବୁଝାଉଥିଲା । ସେ ଆଜି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଏବଂ ଗୁରୁତର ଅସୁସ୍ଥ। ଏହି ପରି ଏକ ମୁର୍ମୁଷୁ ଅବସ୍ଥା ଶଯ୍ୟାଶାୟୀ ବିଜେଡିର ଭୀଷ୍ମ ପିତାମହ ମେହେଙ୍ଗା ସିଂଙ୍କୁ ଦର୍ଶନ କରିଥିଲେ ରାଜ୍ୟ ସ୍ବତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଶଯ୍ୟା ନିକଟରେ ଥିଲେ ତାଙ୍କ ସହଧର୍ମିଣୀ ତଥା ମାଲକାନଗିରି ପୂର୍ବତନ ନଗରପାଳ ଶ୍ରୀମତୀ ରାଜବନ୍ତ କୌର,ପୁଅ ପ୍ରୀତପାଲ ସିଂ, ମାଲକାନଗିରି ଜିଲ୍ଲା ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା, ବିଜେଡି ସହ ପର୍ଯ୍ୟବେକ୍ଷକ ସାମୁଏଲ ଭାଇ, ବିଜେଡି କର୍ମୀ ଗୋପାଳ ପଣ୍ଡା,ରବି ରାଜେଶ ,ହିମାଂଶୁ ସାମଲ,ମୋହନ ଛାତ୍ରୀ, ନୀଳକଣ୍ଠ ଝୋଲା, ମଙ୍ଗଳା ପାଙ୍ଗୀ ପ୍ରମୁଖ ବିଜେଡ଼ି କର୍ମୀମାନେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)

Leave A Reply

Your email address will not be published.