ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅକାଳ ବିୟୋଗରେ ବିଦ୍ୟାଳୟରେ ସ୍ମୃତି ସଭା ।

0 492

ବେଲଗୁଣ୍ଠା,୨୪/୧୧(ପିପିଟି); ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳ ଆଶ୍ରମର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ମାଳାଙ୍କ ଅକାଳ ବିୟୋଗରେ ଆର୍ଯ୍ୟକନ୍ୟା ଗୁରୁକୂଳ ଆଶ୍ରମରେ ବିଦ୍ୟାଳୟର ଗୁରୁଜୀ ଗୁରୁମା ଏବଂ କର୍ମଚାରୀ ମାନଙ୍କ ପକ୍ଷରୁ ଏକ ଶୋକ ସଭା ପାଳନ କରାଯିବା ସହ ସ୍ଵର୍ଗତା ଜୟନ୍ତୀ ମାଳାଙ୍କ ସ୍ମୃତି ଚାରଣ କରାଯାଇ ଅମର ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି । ସୂଚନା ଥାଉକି ସ୍ଵର୍ଗତା ପ୍ରଧାନ ଶିକ୍ଷୟିତ୍ରୀ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଗତ ୨୩ ତାରିଖରେ ନିଜ ଗାଧୁଆ ଘରେ ଗୋଡ଼ ଖସି ଯିବାରୁ ତଳେ ପଡିଯାଇ ମୃତ୍ୟୁ ବରଣ କରିଥିଲେ । ସେ ୧୯୫୯ ନଭେମ୍ୱର ୨୩ ତାରିଖରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ନୂଆପଡା ଠାରେ ଜନ୍ମ ଗ୍ରହଣ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳ ଆଶ୍ରମରେ ଜଣେ ଦାୟିତ୍ୱସମ୍ପନ୍ନ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରି ଛାତ୍ର ଛାତ୍ରୀ, ଶିକ୍ଷକ, କର୍ମଚାରୀ ଏବଂ ଉପରିସ୍ଥ ଅଧିକାରୀଙ୍କ ନିକଟରୁ ଢେର ପ୍ରଶଂସା ସାଉଁଟି ପାରିଥିଲେ । ଆଜିର ସ୍ମୃତି ସଭା କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ସେଠୀ, ଶିକ୍ଷକ ଅରୁଣ କୁମାର ଜେନା, ସନ୍ତୋଷ କୁମାର ସାହୁ, ରବିନ୍ଦ୍ର କୁମାର ମେଲାକ, ଅକ୍ଷୟ କୁମାର ଜେନା, ଶିକ୍ଷୟିତ୍ରୀ ଆରତୀ ଶତପଥୀ, ସୁଷମା ମହାରଣା, ତନୁ ବେହେରା, ଗୀତାଞ୍ଜଳି ମିଶ୍ର, ସିଆରସିସି ସନ୍ତୋଷ କୁମାର ନାୟକ, ଶିକ୍ଷାବିତ୍ ମନୋଜ କୁମାର ପଟ୍ଟନାୟକଙ୍କ ସମେତ ବିଦ୍ୟାଳୟ କର୍ମଚାରୀ ସନତ୍ କୁମାର ଗୌଡ଼ ଏବଂ ଅଜିତ୍ କୁମାର ଷଡଙ୍ଗୀ ଉପସ୍ଥିତ ରହି ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.